ଖାଲି ହାତରେ ଫେରିଲା ବର, ପ୍ରେମିକ ସହ ନବ ବଧୂ ଫେରାର

ଶିଶୁପାଳ ହୋଇ ଫେରିଲା ବର, ଚିନ୍ତା ରେ ପରିବାର ବର୍ଗ

ଖାଲି ହାତରେ ଫେରିଲା ବର, ପ୍ରେମିକ ସହ ନବ ବଧୂ ଫେରାର

ଦେଓଗାଁ: ଧୁମଧାମରେ ଆୟୋଜିତ ହୋଇଥିଲା ବାହାଘର। ଗାଁରୁ ବରାତି ଯାଇ ସହରରେ ପହଞ୍ଚିଥିଲା। ରାତିରେ ହାତଗଣ୍ଠି ପଡି ସରିଥିଲା ବାହାଘର। ଭୋରରେ କନ୍ୟାକୁ ବିଦାଇ ଦେବା ବେଳକୁ କନ୍ୟା ଘରୁ ବାହାରି ଜଣେ ବ୍ୟକ୍ତିଙ୍କ ବାଇକରେ ବସି ଫେରାର ହୋଇଯାଇଛି। ଯାହା ପଡ଼ୋଶୀଙ୍କ ସିସି ଟିଭିରେ କଏଦ ବି ହୋଇଛି। କିନ୍ତୁ ନବ ବଧୂ ଫେରାର ହେଇଯିବା ପରେ ଖାଲି ହାତରେ ଘରକୁ ଫେରିଛି ବର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ। ରୀତିନୀତି ଅନୁସାରେ ଗତ ଗୁରୁବାର ରାତିରେ ବିବାହ ସମ୍ପନ୍ନ ହୋଇଥିଲା

ବିବାହ ଭୋଜିରେ ସମ୍ପର୍କୀୟ ଓ ଅତିଥି ମଧ୍ୟ ସାମିଲ ହୋଇଥିଲେ। ହେଲେ ଶେଷ ମୂହୁର୍ତରେ କନ୍ୟା ବରକୁ ଛାଡ଼ି ଫେରାର ହୋଇଯାଇଥିବା ଜଣାପଡିଥିଲା। ତୁଷୁରା ଥାନା ମୁକୁନ୍ଦପୁର ଗାଁରେ ପ୍ରେମ କୁମାର ମାଝୀଙ୍କ ବିବାହ ବଲାଙ୍ଗୀର ବ୍ରାହ୍ମଣ ପଡ଼ାର ସୁରେନ୍ଦ୍ର ମହାକୁଡ଼ଙ୍କ ଝିଅ ଲିଜା ମହାକୁଡ଼ଙ୍କ ସହିତ ଠିକ୍ ହୋଇଥିଲା। ଲଗ୍ନ ଅନୁସାରେ ବେଦୀରେ ହାତଗଣ୍ଠି ପଡ଼ି କନ୍ୟାର ବାସଭବନରେ ବିବାହ ମଧ୍ୟ ଶେଷ ହୋଇଥିଲା। ବରପକ୍ଷ ଏବଂ ଅତିଥିଙ୍କ ପାଇଁ ବିବାହ ଭୋଜିର ମଧ୍ୟ ଆୟୋଜନ ହୋଇଥିଲା। କିନ୍ତୁ ଝିଅ ବିଦା ବେଳକୁ ଘର ଲୋକ ଯେତେବେଳେ ଝିଅଙ୍କୁ ଖୋଜିଥିଲେ ସେତେବେଳେ ଝିଅକୁ ପାଇନଥିଲେ। ପରେ ଜାଣିବାକୁ ପାଇଥିଲେ ଝିଅ ଅନ୍ୟକାହା ସହ ଫେରାର ହୋଇଯାଇଛି। ଘଟଣାକୁ ନେଇ ବରପକ୍ଷ ଓ କନ୍ୟାପକ୍ଷ ଲୋକ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ବିବାହ ପାଇଁ ସୁନା ଅଳଙ୍କାର ସହିତ ଅନ୍ୟାନ୍ୟ ଜିନିଷ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ପରିବାର ଲୋକ। ହେଲେ ଏଭଳି ସ୍ଥିତିରେ ଶେଷ ମୁହୂର୍ତରେ କନ୍ୟାଙ୍କ ଫେରାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହାକୁ ନେଇ ଦୁଇ ପରିବାର ଭିତରେ ଦୁଃଖ ଓ ଅସନ୍ତୋଷ ଦେଖାଦେଇଛି। ଏନେଇ ବର ପ୍ରେମକୁ ପଚାରିବାରୁ ମରଣ ମୁହଁରୁ ବଞ୍ଚିଗଲି ସଂସାର ଗଢିବା ଆଗରୁ ଭାଙ୍ଗିଗଲା। ଝିଅକୁ ଅନେକ ସୁନା ଗହଣା ପିନ୍ଧାଇଥିଲୁ ତାହାକୁ ପିନ୍ଧି କାହା ସହ ଫେରାର ହୋଇଗଲା। ବହୁତ ଖର୍ଚ୍ଚ ହୋଇଛି କଷ୍ଟ ବି ହେଉଛି ବୋଲି କହିଛନ୍ତି।