ଟ୍ରେନ ରେ ଗଞ୍ଜେଇ ଚାଲାଣ ,ତିନି ଅଭିଯୁକ୍ତ ଗିରଫ
ଟ୍ରେନ ରେ ଗଞ୍ଜେଇ ଚାଲାଣ ,ତିନି ଅଭିଯୁକ୍ତ ଗିରଫ

ଟିଟିଲାଗଡ ରେଳ ଜଙ୍କସନ ରୁ ସାରା ଭାରତ କୁ ସଂଯୋଗ କରୁଥିବା ଏହି ରେଳପଥରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଓ ଅଭିଯୁକ୍ତ ଗିରଫ ହେବା ଦେଖାଯାଉଛି । ସେହିପରି ପୁରୀ - ଏହେମଦାବାଦ ଏକ୍ସପ୍ରେସ ଟ୍ରେନ ରେ ଗଞ୍ଜେଇ ଚାଲାଣ କରିବା ଯୋଜନା ପଣ୍ଡ କରିଛି ଅବକାରୀ ବିଭାଗ ।ଟିଟିଲାଗଡ ନିକଟସ୍ତ କୁମ୍ବେପଡ଼ା ଗ୍ରାମ ନିକଟରେ ଅବକାରୀ ବିଭାଗ ଖବର ପାଇ ଦୁଇ ଜଣ ଯୁବକ ହିରୋ ଗ୍ଲେମର ବାଇକ ଯୋଗେ ୧୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଆଣି ଟିଟିଲାଗଡ ରେଳ ଷ୍ଟେସନ ରେ ପହଞ୍ଚେଇ ଥାନ୍ତେ। କାହୁଁ ବାଗ ଓ ଦ୍ରୋଣ ନାଗ ନାମକ ଦୁଇ ଯୁବକ ସଇଁତଳା ଥାନା ଅନ୍ତର୍ଗତ ଗଣ୍ଡପତ୍ରାପାଲି ଗ୍ରାମ ର ବୋଲି ଜଣା ଯାଇଛି। ଉକ୍ତ ଦୁଇ ଯୁବକ ଙ୍କୁ ଗିରଫ କରିବା ସହ ଟ୍ରେନ ରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଠାରେ ଅବକାରୀ ବିଭାଗ ତରଫରୁ ରାଜ୍ୟ ବାହାର କୁ ଚାଲାଣ କରିବା ପାଇଁ ଟ୍ରେନରେ ଥିବା ଉକ୍ତ ଅଭିଯୁକ୍ତ ଯୁବକ କୁ ଗିରଫ କରାଯାଇଥିବା ପ୍ରକାଶ ପାଇଛି।
ଅବକାରୀ ଥାନା ଅଧିକାରୀ ଆଶିଷ ବେହେରା, ଏଏସଆଇ ସମୀର ରଞ୍ଜନ ଭୋଇ, ଏ ଏସ ଆଇ ଯତୀନ କୁମାର ଦୀପ, ଏ ଏସ ଆଇ ବୁଲୁ ସେଠି, କୁମୁଦିନୀ ମଲ୍ଲିକ,ସୁନିଲ ବଢେଇ,ଗଗନ ବିହାରୀ ମିଶ୍ର ପ୍ରମୁଖ ଏହି ଗିରଫ ରେ ସାମିଲ ଥିବା ବେଳେ ଅନ୍ୟ ଜଣେ କଣ୍ଟାବାଞ୍ଜି ରେ ଗିରଫ ଯୁବକ ନିକଟରୁ ସବିଶେଷ ତଦନ୍ତ କଲେ ଅନେକ ରହସ୍ୟ ଜଣା ପଡ଼ିଯିବ ବୋଲି ମତ ପ୍ରକାଶ ପାଇଛି।