ଜନ୍ମିତ ଝିଅ କୁ ୯୦ ହଜାର ଟଙ୍କା ରେ ବିକ୍ରି କରି ପ୍ରେମିକ ସହ ଫେରାର

ଆନ୍ତଃ ରାଜ୍ୟ ସେକ୍ସ ରେକେଟ, ଜନ୍ମିତ ଝିଅ କୁ ୯୦ ହଜାର ଟଙ୍କା ରେ ବିକ୍ରି କରି ପ୍ରେମିକ ସହ ମହିଳା ଫେରାର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ତଦନ୍ତ ନିର୍ଦ୍ଦେଶ ।

ଜନ୍ମିତ ଝିଅ କୁ  ୯୦ ହଜାର ଟଙ୍କା ରେ ବିକ୍ରି କରି ପ୍ରେମିକ ସହ ଫେରାର

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିକଟସ୍ଥ ସିକେର ଗ୍ରାମ ର ଜଣେ ମହିଳା ୯୦ ହଜାର ଟଙ୍କା ରେ ନିଜ ଜନ୍ମିତ ଝିଅ କୁ ବିକ୍ରି କରି ପ୍ରେମିକ ସହ ଫେରାର ହୋଇ ଯାଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ସୂଚନାନୁଯାୟୀ ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମ ର ସେବତୀ ସାହୁ (୪୦) ଙ୍କୁ ଟିଟିଲାଗଡ ୱାର୍ଡ ନଂ-୩ ନିବାସୀ ସୁଦାମ ସାହୁ ବିବାହ କରି ଥିଲେ। ଗତ ପ୍ରାୟ ଛଅ ମାସ ତଳେ ବାହ୍ୟ ରାଜ୍ୟ ରୁ ଜଣେ ଯୁବକ ଯିଏ କି ଦାଦନ ଶ୍ରମିକ ନେବାକୁ ଆସେ ତା ସହ ସୁଦାମ ଙ୍କ ସ୍ତ୍ରୀ ସେବତୀ ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏ ନେଇ ସୁଦାମ ବିରୋଧ କରିବା ଯୋଗୁଁ ସେ ତାଙ୍କ ମାଆ ଘର ସିକେର କୁ ନିଜ ଝିଅ ସୁମିତ୍ରା ଛଦ୍ମନାମ ସହ (ବ-୨୧) ଚାଲିଯାଇ ଥିଲେ । ପରେ ସୁଦାମ ଉକ୍ତ ସିକେର ଯାଇ ନିଜ ଝିଅ କୁ ଦେଖା କରି ଆସୁଥିଲେ । ସେହି ସମୟ ସୀମା ମଧ୍ୟରେ ଉକ୍ତ ଦଲାଲ ଓ ସୁଦାମ ଙ୍କ ସ୍ତ୍ରୀ ତଥା ପ୍ରତିମା ସାହୁ ନାମ୍ନୀ ଜଣେ ମହିଳା ସୁଦାମ ଙ୍କ ଝିଅ ସହ ମିଶି ବମ୍ୱେ କୁ ଚାଲି ଯାଇଥିଲେ । ଏ ନେଇ ସୁଦାମ ତାଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ଫେରାର ହୋଇ ଯାଇଥିବା ଓ ତାଙ୍କ କିଛି ସୂଚନା ନ ମିଳିବା ନେଇ ଟିଟିଲାଗଡ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ପ୍ରାୟ ୧୫ ଦିନ ପରେ ସୁଦାମ ଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ପୁନଃ ସିକେର ଚାଲି ଆସିଥିଲେ। ହେଲେ ଗତ ପାଞ୍ଚ ତାରିଖ ଦିନ ସୁଦାମ ଙ୍କ ସ୍ତ୍ରୀ ଓ ଝିଅ କେଉଁ ଆଡ଼େ ନିଖୋଜ ହୋଇଯାଇଥିବା ବେଳେ ଉକ୍ତ ଅନୈତିକ ପ୍ରେମ ସମ୍ପର୍କ ଥିବା ଯୁବକ ସୁଦାମ କୁ ୩୦ ହଜାର ଟଙ୍କା ଦେବା ଓ ତାଙ୍କ ଝିଅ କୁ ବିବାହ କରି ଭଲ ଭାବେ ରଖିବା ସହ ଥାନା ରେ ଏତଲା ନ ଦେବାକୁ କହିଥିଲା । ହେଲେ ସୁଦାମ ମନା କରି ତାଙ୍କ ଝିଅ କୋଉଠି ଅଛି ତାହା ଜଣେଇବା କୁ କହିଥିଲେ । ହେଲେ ଓଲଟା ସେ ଧମକ, ଚମକ ଦେଇ ତୋ ସ୍ତ୍ରୀ କୁ ମୁଁ ବାହା ହେଇଛି ତତେ ଯୌତୁକ ନିର୍ଯାତନା ଅଭିଯୋଗ ରେ ଜେଲ ପଠେଇ ଦେବି ବୋଲି କହି ଥିବା ସୁଦାମ ପ୍ରକାଶ କରିଛନ୍ତି । ବର୍ତ୍ତମାନ୍ ସୁଦାମ ଙ୍କ ସ୍ତ୍ରୀ ଓ ଉକ୍ତ ଦଲାଲ ମିଶି ତାଙ୍କ ଝିଅ କୁ ୯୦ ହଜାର ଟଙ୍କା ରେ ବିକ୍ରି କରାଇ ଥିବା ଓ ଦୁଇ ଲକ୍ଷ ଦେଲେ ତୋ ଝିଅ କୁ ପାଇବୁ ବୋଲି ଫୋନ୍ ଯୋଗେ କହିବା ସେ ପ୍ରକାଶ କରିଛନ୍ତି । ଏହି ଭଳି ଟିଟିଲାଗଡ ଥାନା ଅଞ୍ଚଳ ରେ ବିବାହ ପ୍ରଲୋଭନ ଦେଖାଇ ନାମକୁ ମାତ୍ର କିଛି ଟଙ୍କା ଦେଇ କିଛି ଦଲାଲ ଙ୍କ ଜରିଆରେ ଅନୈତିକ କାର୍ଯ୍ୟକଳାପ ରେ ଲିପ୍ତ କରୁଥିବା ଜଣାଯାଇଛି । ସେହିପରି ବଲାଙ୍ଗୀର ଜିଲ୍ଲାର ପନଡ୍ରିପାଣି,ଅର୍ଶ।ତୁଲା,କୁର୍ସୁଡ, ଟିକ୍ରାପଡ଼ା, ଗୁଡିଘାଟ ଅଞ୍ଚଳ ରୁ ଏହି ଭଳି ଅନେକ ଘଟଣା ନଜର କୁ ଆସୁଛି। ଟିଟିଲାଗଡ ଥାନା ରେ ସୁଦାମ ଙ୍କ ଏତଲା ପୂର୍ବରୁ ଦେବା ସତ୍ତ୍ବେ କୌଣସି ମାମଲା ରୁଜ୍ଜୁ ନ କରିଥିବା ଅଭିଯୋଗ କରି ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀମତି ଅଙ୍କିତା କୁମ୍ଭାର ଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ନେଇ ତୁରନ୍ତ ସବିଶେଷ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣା ଯାଇଛି ।