ସତିଦାହ ପ୍ରଥା ଭଳି ବଳି ପ୍ରଥା ବନ୍ଦ କରିବା ଆବଶ୍ୟକ

ସତିଦାହ ପ୍ରଥା ଭଳି ବଳି ପ୍ରଥା ବନ୍ଦ କରିବା ଆବଶ୍ୟକ, ଭାରତୀୟ ଦଣ୍ଡ ବିଧି ଆଇନ୍ ସତ୍ତ୍ବେ ବନ୍ଦ ହେଉନି ବଳି

ସତିଦାହ ପ୍ରଥା ଭଳି ବଳି ପ୍ରଥା ବନ୍ଦ କରିବା ଆବଶ୍ୟକ

ସତିଦାହ ପ୍ରଥା ଭଳି ବଳି ପ୍ରଥା ବନ୍ଦ କରିବା ଆବଶ୍ୟକ, ଭାରତୀୟ ଦଣ୍ଡ ବିଧି ଆଇନ୍ ସତ୍ତ୍ବେ ବନ୍ଦ ହେଉନି ବଳି ,ପୁଣି ନିରୀହ ପଶୁ, ପକ୍ଷୀ ଙ୍କ ରକ୍ତ ରେ ରକ୍ତ ରଞ୍ଜିତ ହେଲା ମାଁ ଘଣ୍ଟାସୁଣି ଙ୍କ ପୀଠ ।ଭକ୍ତି ରୁ ହିଁ ଶକ୍ତି,ଭକ୍ତି, ଆସ୍ଥା,ବିଶ୍ୱାସ କୁ ନେଇ ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ସ୍ଥିତ ମାଁ ଘଣ୍ଟାଶୁଣି ଙ୍କ ମନ୍ଦିର ପୀଠ ର ଏକ ସ୍ବତନ୍ତ୍ରତା ରହିଛି । ଲୋକେ ଏକ ଘଣ୍ଟି ଯଦି ଏ ମନ୍ଦିର ରେ ବାନ୍ଧି ମନସ୍କାମନା କରନ୍ତି ତାହା ପୁରଣ ହୋଇଥାଏ । କେବଳ ଓଡିଶା ନୁହେଁ ଦେଶ ର ବିଭିନ୍ନ କୋଣ, ଅନୁକୋଣ ରୁ ଏ ନେ଼ଇ ଅନେକ ଭକ୍ତ ଆସିଥାନ୍ତି । ପ୍ରକାଶ ଯେ,ଏହି ଟିଟିଲାଗଡ ର ଜଣେ ସ୍ଥାୟୀ ବାସିନ୍ଦା ଶ୍ୟାମ ପିତ୍ରୋଢା ଯିଏ କି ଏସ ଟି ଡି ଫୋନ୍ ଓ ମୋବାଇଲ ଫୋନ ଉଦ୍ଭାବନ କରିଥିଲେ ସେ ଏଠି ଘଣ୍ଟି ବାନ୍ଧିଥିବା କୁହାଯାଏ ।

ଚଳିତ ବର୍ଷ ଏହି ବଳି ଯାତ୍ରା ରେ ହଜାର,ହଜାର ସଂଖ୍ୟା ରେ ଜନ ସମାଗମ ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ଯାତ୍ରା ସମାପନ ହୋଇଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ଓ ଭକ୍ତି ଭାବାମୟ ରେ ପାଳିତ ହୋଇ ଥିବା ବେଳେ ଏଠି ବଳି ଦେବା ନେଇ କିଛି ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ନିୟମ ସତ୍ତ୍ବେ ତାହା କାର୍ଯ୍ୟକାରୀ ହୋଇ ନ ପାରିବା ନେଇ ପ୍ରତିକ୍ରିୟା ମାନ ପ୍ରକାଶ ପାଉଛି ।

ପ୍ରକାଶ ଯେ,ଏହି ପୀଠରେ କେଉଁ ଆବାହମାନ କାଳରୁ ନରବଳି ଦେବା ପରମ୍ପରା ଥିବା ବେଳେ ଏବେ ସାଂପ୍ରତିକ ପରିସ୍ଥିତି ରେ ସମ୍ପୂର୍ଣ ବନ୍ଦ ରହିଛି କିନ୍ତୁ ସଚେତନତା ର ଅଭାବ ଯୋଗୁଁ ଏଠି ପ୍ରତି ବର୍ଷ ହଜାର,ହଜାର ସଂଖ୍ୟା ରେ ଛେଳି, ମେଣ୍ଢା,ପାରା,କୁକୁଡ଼ା ଆଦି ନିରୀହ ପଶୁ, ପକ୍ଷୀ ଙ୍କୁ ବଳି ଦିଆଯାଇ ଆସୁଚି । ସେହିପରି କଳାହାଣ୍ଡି ଜିଲ୍ଲା ର ଛତର ଯାତ୍ରା ରେ ରାସ୍ତା ରେ ବଳି ବିପୁଳ ଭାବେ ଦେଉ ଥିବା ବେଳେ ଏଠି ମନ୍ଦିର ପରିସର ତଥା ବଡ ଖଳା ଓ ସାନ ଖଳା ରେ ଅଧିକ ବଳି ଦିଆଯାଇ ଥାଏ l

 ଏ ନେଇ ଜିଲ୍ଲା ର ଜୀବେଦୟା ଅନୁଷ୍ଠାନ ପକ୍ଷରୁ ଗତ ୨୦୦୦ ମସିହା ରୁ ଏହି ଧର୍ମୀୟ କୁସଂସ୍କାର ର ବିରୋଧ ଶାନ୍ତି ପୂର୍ଣ୍ଣ ଭାବେ କରିବା ସହ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରି ଆସୁଛନ୍ତି । ଦୀର୍ଘ ବର୍ଷ ଧରି ଏହି ପ୍ରଥା ନେଇ ପ୍ରଚାର,ପ୍ରସାର ଯୋଗୁଁ ମନ୍ଦିର ରୁ ଦେବୀ ବରୁଆ ଭାବେ ଯାଇ ଥାନା ରେ ପହଞ୍ଚିବା ଓ ସେଠି ସର୍ବ ସମ୍ମୁଖ ରେ ଛେଳି ବଳି ଦିଆ ଯାଉ ଥିଲା । ହେଲେ ଉକ୍ତ ଅନୁଷ୍ଠାନ ପକ୍ଷରୁ ଏହାର ବିରୋଧ ଯୋଗୁଁ ବନ୍ଦ ହେବା ସହ ସହରାଞ୍ଚଳ ର ଲୋକେ ପୂର୍ବଭଳି ବଳି ଦେଉନାହାନ୍ତି । ହେଲେ ଆଖ, ପାଖ ଅଞ୍ଚଳରୁ ଲୋକେ ବିପୁଳ ସଂଖ୍ୟାରେ ଏ ନେଇ ସରକାରୀ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ହେବା ସତ୍ତ୍ବେ ପ୍ରଶାସନ ବଳି ବନ୍ଦ କରିବା ରେ ବିଫଳ ରହିଛି । 

ଚଳିତ ବର୍ଷ ଅନୁରୂପ ଭାବେ ହଜାର,ହଜାର ସଂଖ୍ୟାରେ ବଳି ନାଁ ରେ ଜୀବହତ୍ୟା କରାଯାଇଥିବା ନେଇ ଉକ୍ତ ଜୀବେଦୟା ଅନୁଷ୍ଠାନ ପକ୍ଷରୁ ଏହାର ନିନ୍ଦା କରିବା ସହ ପ୍ରଶାସନ ର ସହଜୋଗ ରେ ଏହା ସମ୍ପୂର୍ଣ ବନ୍ଦ କରିବା ଅନୁଷ୍ଠାନ ସଭାପତି ଶ୍ରୀକାନ୍ତ ସାହୁ ପ୍ରକାଶ କରିଛନ୍ତି । ଏହି କୁସଂସ୍କାର ବନ୍ଦ କରିବା ଓ ବର୍ତ୍ତମାନ୍ ଯୁଗ ରେ ଏହା ନିନ୍ଦନୀୟ ଓ କିଛି ଖଳ ପ୍ରକୃତି ର ଲୋକେ ପ୍ରୋତ୍ସାହନ ଦେବା ତଥା ତାଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବରିଷ୍ଠ ଆଇନ୍ ଜୀବି ପ୍ରଦିପ ମହାପାତ୍ର ପ୍ରକାଶ କରିଛନ୍ତି । ଲୋକେ ମାନସିକ ପୂରଣ କରିବା ପାଇଁ ବଳି ଦେବା ଓ ନ ଦେଲେ ଘର ର ଜଣ ଙ୍କ ମୃତ୍ୟୁ ଘଟିଥିବା ଭଳି ଅନ୍ଧ ବିଶ୍ବାସ ରହିଛି । ପୂର୍ବେ ସତିଦାହା ପ୍ରଥା ଭଳି ଏ ପରମ୍ପରା ଯଥା ଶୀଘ୍ର ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ଦୃଢ଼ ଦାବି ହେଉଛି ।

ରିପୋର୍ଟ, ସନ୍ତୋଷ କୁମାର ନାୟକ