ଭୂସ୍ଖଳନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

କେରଳର ଓ୍ୱାୟନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି

ଭୂସ୍ଖଳନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

କେରଳର ଓ୍ୱାୟନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଏହି ଭୂସ୍ଖଳନ ପ୍ରଭାବିତ ସ୍ଥଳକୁ ଯିବା ପାଇଁ ବାହାରିଥିଲେ। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ,କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ବୁଧବାର ମଲପ୍ପୁରମ୍ ଜିଲ୍ଲାରେ ଦୁର୍ଘଟଣା ସମ୍ମୁଖୀନ ହୋଇଛନ୍ତି। ବୀଣା ଜର୍ଜଙ୍କ କାର ମଲପ୍ପୁରମ୍ର ମଞ୍ଚେରୀରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଆହତ ହୋଇଥିବା ବେଳେ ତାଙ୍କ ବାମ ହାତରେ ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମଞ୍ଚେରି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଭୂସ୍ଖଳନ ପ୍ରଭାବିତ ଜିଲ୍ଲା ଓ୍ୱାୟନାଡ ଗସ୍ତରେ ଯାଉଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ। ସେ ୱାୟନାଡ ଭୂସ୍ଖଳନରେ ମୃତ ଓ ଆହତଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ। ଏହି ସମୟରେ ତାଙ୍କ କାର୍ ସ୍କୁଟି ସହ ପିଟି ହୋଇଥିଲେ। ଏଥିରେ ଉଭୟ ସ୍କୁଟି ଚାଳକ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଆହତ ହୋଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଜର୍ଜ ସାମାନ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କ ଚିକିତ୍ସା ଚାଲିଛି।