ଓଡ଼ିଶା ଉପରେ କେସିଆରଙ୍କ ଆଖି। ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଟିକେଟ ଦେବ ଭାରତ ରାଷ୍ଟ୍ର ସମିତି।

kcr party brs

ସମ୍ପୂର୍ଣ୍ଣ ଓଡ଼ିଶାର ରାଜନୈତିକ ମାନଚିତ୍ର ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଆଖି । କେବଳ ଓଡ଼ିଶାର ତେଲୁଗୁ ଭାଷାଭାଷୀ ଅଞ୍ଚଳ ନୁହେଁ ବରଂ ବିଧାନସଭାର ୧୪୭ ଆସନ ଏବଂ ଓଡ଼ିଶାର ୨୧ଟି ଲୋକସଭା ଆସନ ଉପରେ ନଜର ରଖିଛି କେସିଆରଙ୍କ ନୂଆ ଦଳ ଭାରତ ରାଷ୍ଟ୍ର ସମିତି ।

ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବଡ଼ ବଡ଼ ଜାତୀୟସ୍ତରର ନେତାଙ୍କୁ ଏକାଠି କରି, କେ. ଚନ୍ଦ୍ରଶେଖର ରାଓ ନିଜର ଶକ୍ତି ପ୍ରଦର୍ଶନ କରିଥିବା ସାରିଥିବା ବେଳେ ଚର୍ଚ୍ଚା ହେଉଛି-ଓଡ଼ିଶା ପାଇଁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ନକ୍ସା । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ଦଳ ଓଡ଼ିଶାର ସମସ୍ତ ଆସନରେ ଟିକେଟ୍ ଦେବ । ଏଥିପାଇଁ ଜଣେ ପରେ ଜଣେ ଓଡ଼ିଶାର ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି । ଏମିତି କି ବିଜେଡି, ବିଜେପି ଓ କଂଗ୍ରେସର ଅସନ୍ତୁଷ୍ଟ ଓ କୋଣଠେସା ନେତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଯୋଜନା ରଖିଛନ୍ତି ।

ପୂର୍ବରୁ କେବଳ, ଓଡ଼ିଶା ତେଲୁଗୁ ଭାଷୀ ଜିଲ୍ଲା ଯଥା- ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ଉପରେ ନଜର ରଖୁଥିଲା ଭାରତ ରାଷ୍ଟ୍ର ସମିତି । କିନ୍ତୁ ଏବେ ସମଗ୍ର ଓଡ଼ିଶାର ଭୋଟରଙ୍କୁ ଲକ୍ଷ୍ୟରେ ରଖି ଖସଡ଼ା ପ୍ରସ୍ତୁତ କରିଛି । ୨୦୨୪ ଲଢ଼େଇ ପାଇଁ ମୁଖ୍ୟତଃ ୪ଟି ପ୍ରସଙ୍ଗ- ଚାଷୀ, ଦାଦନ, ଗରିବି ଏବଂ ବେକାରି ସମସ୍ୟାକୁ ନେଇ ମୈଦାନକୁ ଓହ୍ଲାଇବାର ଯୋଜନା କରୁଛି । ତେବେ ଓଡ଼ିଶାରେ କେସିଆର, କୌଣସି ପ୍ରଭାବ ପକାଇପାରିବେ ନାହିଁ ବୋଲି ଉଭୟ ବିଜେଡି ଓ କଂଗ୍ରେସ ନେତା କହିଛନ୍ତି ।

ସୂଚନା ଅନୁସାରେ- ଅଣ-ବିଜେପି ଏବଂ ଅଣ କଂଗ୍ରେସ ନେତାଙ୍କୁ ଏକାଠି କରି ଏକ ନୂଆ ସାମୁଖ୍ୟର ଯୋଜନା କରୁଛନ୍ତି କେ. ଚନ୍ଦ୍ରଶେଖର ରାଓ । ଆଉ ଏହି କ୍ରମରେ ଓଡ଼ିଶାର କିଛି ତୁଙ୍ଗ ନେତାଙ୍କୁ ନେଇ ଓଡ଼ିଶାରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି । ଦେଖିବାର କଥା କେସିଆରଙ୍କ ଏହି ପ୍ରୟୋଗ କେତେ ସଫଳ ହେଉଛି ।