ପଦ୍ମ ଧରିଲେ କୈଳାଶ ଚନ୍ଦ୍ର କୁଲେସିକା

ବିଜେପିରେ ମିଶିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା

ପଦ୍ମ ଧରିଲେ କୈଳାଶ ଚନ୍ଦ୍ର କୁଲେସିକା

ବିଜେପିରେ ମିଶିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। କୁଲେସିକାଙ୍କ ସହ ଶତାଧିକ ସମର୍ଥକ ବିଜେପିରେ ମିଶିଛନ୍ତି।

ଲକ୍ଷ୍ମୀପୁର ପାଇଁ ବିଜେଡି ଟିକଟ ଘୋଷଣାକୁ ନେଇ ଅସନ୍ତୁଷ୍ଟ ହୋଇ କୁଲେସିକା ବିଜେପିରେ ମିଶିଛନ୍ତି।

ସେ କହିଛନ୍ତି ଯେ, ବଜେଡି ମୋ ସହ ବିଶ୍ଵାସଘାତକ କରିଛି। ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି। ଲକ୍ଷ୍ମୀପୁରରେ ବିଜେଡି ଟିକଟ ଦେବ ବୋଲି କହିଥିଲା। ହେଲେ ସରକାର ଗଠନ ପରେ ଏସଡିସି ଦେବେ କହୁଛନ୍ତି। ପୁଣି କୋଟିଏ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି। ମୋତେ ଯେଉଁ ଆଘାତ ଦେଇଛନ୍ତି ଲୋକ ପ୍ରତିଶୋଧ ନେବେ।