ଅଗ୍ନି ବିପନ୍ନ ଙ୍କୁ ସହାୟତା
ଯୁବନେତା ଙ୍କ ସହାୟତା
ପରଜଙ୍ଗ:୧୭-୦୨-୨୦୨୩ ପଥରଖମ୍ବ ଗ୍ରାମ ପଞ୍ଚାୟତର ୩୦ ଅଗ୍ନିବିପନ୍ନ ପରିବାର ଙ୍କର ଘର ପୋଡି ଦୁଃଖଦ ଖବର ଶୁଣି,ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସମସ୍ତ ସୁଖ ଦୁଃଖର ସାଥି ଯୁବବର୍ଗ ଙ୍କର ଆଦର୍ଶ, ଯୁବ ଆଇକନ ଲୋକପ୍ରିୟ ବିଜେଡି ଯୁବନେତା ଅଜିତ କୁମାର ସାହୁ (ମଣ୍ଟୁ ଭାଇ) ପହଞ୍ଚି ଘର ପୋଡି ଅଞ୍ଚଳ ପରିଦର୍ଶନ କରି ଦୁଃଖ ପ୍ରକାଶ କରି କହିଥିଲେ, ଘର ପୋଡି ଘଟଣା ଶୁଣି ମୁଁ ଦୁଃଖିତ ଓ ମର୍ମାହତ, ଏହା ଦ୍ୱାରା ବହୁତ ପରିବାର ଆଜିର ଦିନରେ ବିଚ୍ଛିନ୍ନ ହୋଇ ଯାଇ ଅଛନ୍ତି ଏହା ଠାରୁ ଆଉ କଣ ଦୁଃଖଦ ଘଟଣା ହୋଇପାରେ ଏଣୁ ଏହି ଭଳି ପୁନର୍ବାର ଘଟଣା ଆମ ଅଞ୍ଚଳ ରେ କେବେ ନ ଘଟୁ କହି ୩୦ ଅଗ୍ନିବିପନ୍ନ ପରିବାର ର ପୁରୁଷ ମହିଳା ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା, ଅନ୍ୟ ମାନଙ୍କ ମଧ୍ୟରେ ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ, ସରପଞ୍ଚ ବଳରାମ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ନାୟକ, ସମିତି ସଭ୍ୟ ନରୋତ୍ତମ ସାହୁ, ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଭାଇ ଓ ଗ୍ରାମବାସୀ ଉପସ୍ଥିତ ଥିଲେ