ହଟିଲା ଜବରଦଖଲ, ବୁଦ୍ଧେଶ୍ଵର ପାର୍କ ସକାଶେ ଜମି ଅଧିଗ୍ରହଣ

ପୋଲିସ ଫୋର୍ସ ଙ୍କ ସହାୟତାରେ ବୁଦ୍ଧେଶ୍ଵର ମନ୍ଦିର ନିକଟସ୍ଥ ପାର୍କ ପାଇଁ ଚିହ୍ନଟ ଜାଗାକୁ ଜବରଦଖଲ ମୁକ୍ତ

ହଟିଲା ଜବରଦଖଲ, ବୁଦ୍ଧେଶ୍ଵର ପାର୍କ ସକାଶେ ଜମି ଅଧିଗ୍ରହଣ

ହଟିଲା ଜବରଦଖଲ, ବୁଦ୍ଧେଶ୍ଵର ପାର୍କ ସକାଶେ ଜମି ଅଧିଗ୍ରହଣ

ଭୁବନ ୨୭.୩- ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦରେ ଏକ ବୃହତ ପାର୍କ ନିର୍ମାଣ ସକାଶେ ରାଜ୍ୟ ସରକାର ୭୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ସଠିକ ସ୍ଥାନ ନିରୁପଣ ଓ ଜବରଦଖଲ ଉଚ୍ଛେଦ ହୋଇ ନପାରିବା କାରଣରୁ ଅନୁଦାନ ଫେରିଯିବାକୁ ବସିଥିଲା । ସମସ୍ୟାକୁ ଅନୁଭବ କରି ଓ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଏହି ଘଟଣା ସଂପର୍କରେ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସମେତ ପ୍ରଶାସନିକ ଅଧୁକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି କାମାକ୍ଷା ନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ଭୁବନ ତହସିଲଦାର ଅଂଶୁମାନ ମହାପାତ୍ର ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଂଜନ କୁମାର ଦେ, ଭୁବନ ଥାନା ଆଇଆଇସି ସୌଭାଗ୍ୟ କୁମାର ସାଇଁ ପୋଲିସ ଫୋର୍ସ ଙ୍କ ସହାୟତାରେ ବୁଦ୍ଧେଶ୍ଵର ମନ୍ଦିର ନିକଟସ୍ଥ ପାର୍କ ପାଇଁ ଚିହ୍ନଟ ଜାଗାକୁ ଯାଇ ଜବରଦଖଲ ମୁକ୍ତ କରିଥିଲେ । କେତେକ ବେଆଇନ ଜବରଦଖଲକାରୀ ନଗରପାଳ ଙ୍କ ଅନୁରୋଧ ରକ୍ଷା କରି ସେଚ୍ଛାକୃତ ଭାବେ ଜବରଦଖଲରୁ ଓହରି ଯାଇ ପାର୍କ ପାଇଁ ଜମି ଦେଇଥିଲେ । ଏହି ଉଚ୍ଛେଦ କାର୍ଯ୍ୟରେ ନଗରପାଳ ଶୁଭେନ୍ଦୁ ସାହୁ ଙ୍କୁ ସମେତ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ, କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ, କାଉନସିଲର ପପୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।