ବିଦ୍ୟୁତ ଆଘାତରେ ଗଲା ଦୁଇ ଜୀବନ

ବିଦ୍ୟୁତ ଆଘାତରେ ଗଲା ଦୁଇ ଜୀବନ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଲିପିଣ୍ଡା ପଞ୍ଚାୟତ ଦାବତଏଲା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା

ବିଦ୍ୟୁତ ଆଘାତରେ ଗଲା ଦୁଇ ଜୀବନ

ବିଦ୍ୟୁତ ଆଘାତରେ ଗଲା ଦୁଇ ଜୀବନ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଲିପିଣ୍ଡା ପଞ୍ଚାୟତ ଦାବତଏଲା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଲିପିଣ୍ଡା ପଞ୍ଚାୟତ ଦାବତଅଁଳା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି କାକି ଶାଶୁ-ବୋହୂଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ବୟ ହେଲେ କାକି ଶାଶୁ ସତ ମିର୍ଦ୍ଧା ଓ ବୋହୂ ପଦ୍ମିନୀ ମିର୍ଦ୍ଧା । ପାଣି ମଟର ଚଳାଉଥିବା ସମୟରେ ବୋହୂ ପଦ୍ମିନୀଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ପଦ୍ମିନୀଙ୍କୁ ବିଦ୍ୟୁତ ଆଘାତରୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଯୁଯୁମୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।