ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇବ ଡ୍ରୋନ
ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବ ଡ୍ରୋନ । କନ୍ଧମାଳରେ ପ୍ରଥମ ଥର ଡ୍ରୋନ ସ୍ୱାସ୍ଥ୍ୟ ସେବା କାର୍ୟ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି ।

ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବ ଡ୍ରୋନ । କନ୍ଧମାଳରେ ପ୍ରଥମ ଥର ଡ୍ରୋନ ସ୍ୱାସ୍ଥ୍ୟ ସେବା କାର୍ୟ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି । ଏଥିସହ ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି । ଦେଶର ଉତ୍ତର ପୂର୍ବାଞ୍ଚଳକୁ ବାଦ ଦେଲେ ସମଗ୍ର ଦେଶରେ ଏହା ପ୍ରଥମ ବୋଲି କୁହାଯାଉଛି । ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡ୍ରୋନ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ କରାଯାଇଛି ।
କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଦୁର୍ଗମ ଅଞ୍ଚଳରେ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ସହିତ ଖୁବ କମ ସମୟ ମଧ୍ୟରେ ବିଭିନ୍ନ ଜାଗାକୁ ଔଷଧ ପହଞ୍ଚାଇବାରେ ଏହି ଡ୍ରୋନ ନିୟୋଜିତ ହେବ । ସମ୍ପୂର୍ଣ୍ଣ ସ୍ୱଂୟଚାଳିତ ଏବଂ ବାତାନୁକୂଳ ଏହି ଡ୍ରୋନ ସମୁଦ୍ର ପତନ ଠାରୁ ୧ ହଜାର ଫୁଟ ଉଚ୍ଚରେ ଘଂଟାକୁ ପ୍ରାୟ ଶହେ କିମି ବେଗରେ ଉଡିପାରିବ ବୋଲି କନ୍ଧମାଳ ସିଡିଏମଓ ସୂଚନା ଦେଇଛନ୍ତି ।