ସମ୍ବଲପୁରରେ କର୍ଫ୍ୟୁ କୋହଳ
ସକାଳ ୬ରୁ ସଂଧ୍ୟା ୬ଟା ଯାଏ କୋହଳ ହୋଇଛି। ସେହିପରି ମୋବାଇଲ୍ ଇଣ୍ଟରନେଟ୍ ଆଉ ୨୪ ଘଣ୍ଟା ପାଇଁ ବନ୍ଦ ରହିଛି ।

ସମ୍ବଲପୁରରେ କର୍ଫ୍ୟୁ କୋହଳ। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କୋହଳ ଥିଲା। ଏବେ ସେଥିରେ ଆଉ ଘଣ୍ଟାଏ ବୃଦ୍ଧି ହୋଇଛି । ଅର୍ଥାତ ସକାଳ ୬ରୁ ସଂଧ୍ୟା ୬ଟା ଯାଏ କୋହଳ ହୋଇଛି। ସେହିପରି ମୋବାଇଲ୍ ଇଣ୍ଟରନେଟ୍ ଆଉ ୨୪ ଘଣ୍ଟା ପାଇଁ ବନ୍ଦ ରହିଛି । କିନ୍ତୁ ବ୍ରଡବ୍ୟାଣ୍ଡ ସେବା ସ୍ବାଭାବିକ ହୋଇଛି। ସେପଟେ ପୋଲିସ ପକ୍ଷରୁ ସହରରେ ଶାନ୍ତି ରାଲି କରାଯାଇଛି।
ଓଡ଼ିଶାରେ ହନୁମାନ ଜୟନ୍ତୀ ରାଲି ଆୟୋଜନ କରିବା ଅପରାଧ କି ? ହନୁମାନ ଜୟନ୍ତୀ ସମନ୍ବୟ ସମିତିର ସମ୍ପାଦକ ସମୀର ରଞ୍ଜନ ବାବୁଙ୍କୁ ସମ୍ବଲପୁର ଧନିପାଲି ପୋଲିସର ଗିରଫ ପରେ ଉଠିଛି ପ୍ରଶ୍ନ। କାହିଁକି ସମ୍ବଲପୁର ପୋଲିସର ଏକପାଖିଆ ଆକ୍ସନ ? ସମୀର ରଞ୍ଜନ ବାବୁଙ୍କ ଅପରାଧ ଏଇଆ ଯେ ସେ ହନୁମାନ ଜୟନ୍ତି ରାଲିର ଆୟଜନ କରିଥିଲେ। ଯଦି ହନୁମାନ ଜୟନ୍ତି ରାଲିର ଆୟୋଜନା କରିବା ଅପରାଧ ତାହେଲେ ପୋଲିସ ଚାହୁଁନି କି ହନୁମାନ ଜୟନ୍ତୀ ହେଉ ?
ପୂର୍ବରୁ ଅଭିଯୋଗ ହୋଇଆସୁଥିଲା ପୋଲିସ ଓ ପ୍ରଶାସନ ପକ୍ଷପାତିତା କରୁଛି। ଆଉ ଏବେ ପୋଲିସର ଏହି ଆକ୍ସନ ପ୍ରମାଣିତ କରିଛି । ସମୀର ବାବୁଙ୍କ ସହ ପଥରମାଡ଼ ଘଟଣାରେ ଆଉ 10 ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ହିଂସା ଅଭିଯୋଗରେ ଗିରଫଦାରୀ ସଂଖ୍ୟା 109ରେ ପହଞ୍ଚିଛି । ଯୋଜନାବଦ୍ଧ ହିଂସା ଷଡ଼ଯନ୍ତ୍ର ରଚିଥିବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ପୋଲିସ କୋହଳ ଆଭିମୁଖ୍ୟ ଆପଣାଉଥିବା ବେଳେ ହନୁମାନ ଜୟନ୍ତୀ ସମନ୍ବୟ ସମିତିର କର୍ମକର୍ତ୍ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି।