ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା

ଜଟିଳ ମାଂସପେଶୀ ରୋଗର ଚିକିତ୍ସା ନିମନ୍ତେ ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା

ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ଯଥା ଖନ୍ତାପଡାର ଶ୍ରୀ କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ବିଦ୍ୟାଂଶୁ ଦୀକ୍ଷିତ, ଜଟିଳ ମାଂସପେଶୀ ରୋଗ Duchenne Muscular Dystrophy ପୀଡିତ ଅଛନ୍ତି । ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଉପରୋକ୍ତ ତିନି ଜଣ ରୋଗୀଙ୍କୁ ପ୍ରତ୍ୟେକ ଏକକାଳୀନ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମଂଜୁର କରାଯାଇଛି । ସୂଚନାଯୋଗ୍ୟ ଯେ DMD ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଅଟେ ।