5T ସଚିବ ଙ୍କ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ
ପୂଜାର୍ଚନା ଓ ବିକାଶ ସମ୍ପର୍କରେ ଆଲୋଚନା , ପନ୍ଦର ଦିନରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କାରିବାକୁ ପରାମର୍ଶ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ରେ 5T ସଚିବ ଶ୍ରୀ ଭିକେ ପାଣ୍ଡିଆନ୍ ଆଜି ଅପରାହ୍ନରେ ବ୍ରହ୍ମପୁର ସହର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ,
ଆଜି ଥିଲା ବ୍ରହ୍ମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ର ଶେଷ ଦିନ, ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ମନ୍ଦିର ରେ ମାଆଙ୍କ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ,
ପରେ 5T ସଚିବ ମନ୍ଦିର ର ବିକାଶ ସମ୍ପର୍କରେ ମନ୍ଦିର କମିଟି ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ,
ବୁଢୀ ଠାକୁରାଣୀ ମନ୍ଦିର ଏକ ପ୍ରାଚୀନ ମନ୍ଦିର .ପ୍ରତିଦିନ ଏଠାକୁ ଶହ ଶହ ଭକ୍ତ ଆସିଥାନ୍ତି , ତେଣୁ ଯାତ୍ରୀ ମାନଙ୍କ ସୁବିଧା କୁ ଦୃଷ୍ଟିରେ ରଖି ସେଠାରେ ଉପଯୁକ୍ତ ଭିତ୍ତିଭୂମି ର ବିକାଶ କରିବାକୁ ସ୍ଥିର କରାଯାଇଥିଲା,
ଏ ସମ୍ପର୍କରେ ପନ୍ଦର ଦିନ ରେ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ପାଣ୍ଡିଆନ୍ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦେଇଥିଲେ , ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ,ବିଧାୟକ ଶ୍ରୀ ବିକ୍ରମ ପଣ୍ଡା , ବ୍ରହ୍ମପୁର୍ ମେୟର ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ