ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲା ଭୂଟାନ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂଟାନ ତରପରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପ୍ରାପ୍ତ ହେବାରେ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ଶାସନାଧ୍ୟକ୍ଷ । ଭୂଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ବାଂଗଚୁକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଡର ଅଫ୍ ଦ ଡ୍ରୁକ ଗ୍ୟାଲପୋ ସମ୍ମାନରେ ସମ୍ମାନିତ କରିଛନ୍ତି ।
ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ଜଣେ ଭାରତୀୟ ଭାବେ ଆଜିର ଦିନଟି ତାଙ୍କ ପାଇଁ ବହୁତ ବଡଦିନ । ଯେତେବେଳେ କୌଣସି ଅନ୍ୟଦେଶରୁ ପୁରସ୍କାର ମିଳେ ତାହା ଭରସାକୁ ମଜବୁତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଦୁଇଦିନିଆ ରାଜକୀୟ ଯାତ୍ରାରେ ଶୁକ୍ରବାର ଦିନ ଭୂଟାନର ରାଜଧାନୀ ଥିମ୍ପୁରେ ପହଂଚିଛନ୍ତି । ସେ ପାରୋ ବିମାନବନ୍ଦରରେ ପହଂଚିବା ପରେ ଭୂଟାନ ସରକାରଙ୍କ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । । ବିମାନବନ୍ଦରରେ ଭୂଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟେବଗେ ତାଙ୍କୁ ସ୍ୱାଗତ କରିବାକୁ ପହଂଚିଥିଲେ ।