ଓଡିଶା ଟ୍ରେନ୍ ଟ୍ରାଜେଡି: କୋହଲି, ରୋହିତଙ୍କ ସହ କ୍ରୀଡ଼ା ଜଗତ ସ୍ତବ୍ଧ

ଓଡିଶାର ବାଲେଶ୍ବର ନିକଟସ୍ଥ ବାହାନଗାରେ ଘଟିଥିବା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି।

ଓଡିଶା ଟ୍ରେନ୍ ଟ୍ରାଜେଡି: କୋହଲି, ରୋହିତଙ୍କ ସହ କ୍ରୀଡ଼ା ଜଗତ ସ୍ତବ୍ଧ

ଓଡିଶାର ବାଲେଶ୍ବର ନିକଟସ୍ଥ ବାହାନଗାରେ ଘଟିଥିବା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଏଥିରୁ କ୍ରୀଡ଼ା ଜଗତ ମଧ୍ୟ ବାଦ୍ ପଡ଼ିନାହିଁ । ଓଡ଼ିଶାରେ ଘଟିଥିବା ଏହି ହୂଦୟ ବିଦାରକ ଟ୍ରେନ୍ ଦୁର୍ଘଟଣାରେ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ସହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା, ଶ୍ରେୟାସ ଆୟର, ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ ଏବଂ ଇର୍ଫାନ ପଠାନଙ୍କ ସମେତ ବହୁ ଖେଳାଳି ଦୁଃଖ ପ୍ରକାଶ କରିଛନ୍ତି।

କୋହଲି ଟ୍ୱିଟ୍ କରି କହିଛନ୍ତି, ‘ଓଡିଶାରେ ଟ୍ରେନ ଦୁର୍ଘଟଣା ବିଷୟରେ ଶୁଣି ଦୁଃଖିତ | ଏହି ଦୁର୍ଘଟଣାରେ ନିଜ ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା। ଆହତ ଲୋକଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।

ରୋହିତ ଶର୍ମା ମଧ୍ୟ ଟ୍ବିଟ୍ କରି ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ‌‌। ଏହି ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପ୍ରତି ମୋର ସମବେଦନା । ଈଶ୍ବର ସେମାନଙ୍କୁ ଶକ୍ତି ଦିଅନ୍ତୁ ‌‌। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା।

ବୀରେନ୍ଦ୍ର ସେହୱାଗ ମଧ୍ୟ ଟ୍ୱିଟ କରି କହିଛନ୍ତି, ‘ଓଡିଶାର କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ଶୁଣି ବହୁତ ଦୁଃଖିତ। ଆତ୍ମୀୟଙ୍କୁ ହରାଇଥିବା ସମସ୍ତ ପରିବାରକୁ ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା |

ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଆୟର ଟ୍ବିଟ୍ କରି କହିଛନ୍ତି ‘ଓଡିଶା ଦୁର୍ଘଟଣାର ଫଟୋ ବେଶ୍ ଭୟଙ୍କର । ପୂର୍ବତନ କ୍ରିକେଟର ଇର୍ଫାନ୍ ପଠାନ ଓ ଭେଙ୍କଟେଶ ପ୍ରସାଦ ମଧ୍ୟ ଓଡ଼ଶା ଟ୍ରେନ୍ ଟ୍ରାଜେଡି ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ସେହିପରି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କିଙ୍କ ସହ ବେଜିଂ ଅଲମ୍ପିକ୍ ସ୍ବର୍ଣ୍ଣ ବିଜେତା ସୁଟର ଅଭିନବ ବିନ୍ଦ୍ରା ଓ ଅନେକ କ୍ରୀଡ଼ାବିତ ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।