ଘରୋଇ ବସ୍ ଧର୍ମଘଟ ସ୍ଥଗିତ

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ପ୍ରସ୍ତାବିତ ରାଜ୍ୟବ୍ୟାପୀ ଘରୋଇ ବସ୍‌ ଧର୍ମଘଟ ଆସନ୍ତା ୩୧ ଅକ୍ଟୋବର ଯାଏଁ ସ୍ଥଗିତ ରଖାଯାଇଛି

ଘରୋଇ ବସ୍ ଧର୍ମଘଟ ସ୍ଥଗିତ

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ପ୍ରସ୍ତାବିତ ରାଜ୍ୟବ୍ୟାପୀ ଘରୋଇ ବସ୍‌ ଧର୍ମଘଟ ଆସନ୍ତା ୩୧ ଅକ୍ଟୋବର ଯାଏଁ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖିବାକୁ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ଙ୍କ ସହ ବସ୍ ମାଲିକ ସଂଘର ବୈଠକ ହୋଇଥିଲା। ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା ନେଇ ଘରୋଇ ବସ୍ ମାଲିକ ସଂଘ କହିଛି ।