ବାପା ମାଆଙ୍କୁ ଘରୁ ତଡିଦେଲେ ଜଣେ ଶିକ୍ଷକ

ବାପା ମାଆଙ୍କୁ ଘରୁ ତଡିଦେଲେ ଜଣେ ଶିକ୍ଷକ

ବାପା ମାଆଙ୍କୁ ଘରୁ ତଡିଦେଲେ ଜଣେ ଶିକ୍ଷକ

ପୁଅକୁ ସର୍ବସ୍ବ ଦେଇ ନିସ୍ବ ହେଇଗଲେ ବାପା ମାଆ,ଏଭଳି ଏକ ଘଟଣା ଘଟିଛି ରାଜକନିକା ଥାନା ଅନ୍ତର୍ଗତ ମନ୍ତପଡା ଗ୍ରାମରେ,ମନ୍ତପଡା ଗ୍ରାମର ଜଣେ ୭୫ ବର୍ଷୀୟା ବୃଦ୍ଧା ମହିଳା ନିଜ ପୁଅ ନାମରେ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି,ଅଭିଯୋଗ ଅନୁଯାଇ ବୃଦ୍ଧା ମାଆ ସ୍ୱପ୍ନାରାଣୀ ଏବଂ ୯୦ ବର୍ଷୀୟ ବୃଦ୍ଧ ବାପା ଦୈତାରୀ ପିଲାମାନଙ୍କ ସହିତ ୧୫ ବର୍ଷ ତଳେ ହସଖୁସିରେ ଚଳୁଥିଲେ, ରାଜକନିକା ବ୍ଲକ ଅନ୍ତର୍ଗତ କାଳିକାପୁର ପ୍ରାଥମିକ ବିଦ୍ୟାଳୟ ରେ ଦୈତାରୀ କାର୍ଯ୍ୟରତ ଥିବା ସମୟରେ ବଡ଼ପୁଅ କ୍ଷିତୀଶ ର ମନ୍ତ୍ରଣା ରେ ଆସି ନିଜେ କରିଥିବା ଚାକିରୀ ପୁନଃଥଇଥାନ ଆଇନ ବଳରେ ବଡପୁଅ କ୍ଷିତୀଶ କୁ ଦେଇଥିଲେ, କିନ୍ତୁ ଆଜି ସେଇ ବଡପୁଅ ମାଡ଼ ମାରି ବାପାମାଆ ଙ୍କୁ ଲହୁଲୁହାଣ କରିବା ସହିତ ବାପାମାଆ ଝାଳବୁହା ପରିଶ୍ରମରେ କରିଥିବା ଘରୁ ମଧ୍ୟ ତଡି ଦେଇଥିବା ନେଇ ସ୍ୱପାରାଣୀ ଏବଂ ଦୈତାରୀ ଲୋକଅଦାଲତ ର ଆଶ୍ରୟ ନେଇଥିଲେ, କ୍ଷିତୀଶ କୁ ଡକା ଡକାହେବାରୁ ସାତ ଦିନ ମଧ୍ୟରେ ବାପାମାଆଙ୍କୁ ଘର ହସ୍ତାନ୍ତର କରିବେ ବୋଲି ରାଜିନାମା ଅଦାଲତ କୁ ଲେଖିଦେଇଥିଲେ,କିନ୍ତୁ ଘର ହସ୍ତାନ୍ତର କରିବା ପରିବର୍ତ୍ତେ ଦୁଇ ମାସ ହେଲା ଜୋର ଜବରଦସ୍ତ ସେଇ ଘରେ ରହିବା ସହିତ ଯଦି ବୃଦ୍ଧ ଵପା ଓ ମାଆ ଘରକୁ ଆସନ୍ତି ମାରି ଫିଙ୍ଗିଦେବାର ଧମକ ଦେବାରୁ ବୃଦ୍ଧା ମାଆ ସ୍ୱପାରାଣୀ ଆଜି ଜିଲ୍ଲାପାଳଙ୍କ ଆଶ୍ରୟ ଲୋଡିଛନ୍ତି,ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ ବୃଦ୍ଧା ଲିଖିତ ଅଭିଯୋଗ ଗ୍ରହଣ କରିବା ସହିତ ଏହା ଉପରେ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ସହିତ ବୃଦ୍ଧ ବୃଦ୍ଧାଙ୍କ ଥଇଥାନ ର ବ୍ୟବସ୍ତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି...

କେନ୍ଦ୍ରାପଡ଼ା ରୁ ବଳରାମ ବେହେରା ଓ ଏନ ଏମ ନିୟୁଜ,