ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ

ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା । ଷଣ୍ଢକୁଦ, ନୂଆବଜାର ଆଦି ବସ୍ତିରେ ଥିବା ମତ୍ସ୍ୟଜୀବୀଙ୍କୁ ସଚେତନ ।

ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ

ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା । ଷଣ୍ଢକୁଦ, ନୂଆବଜାର ଆଦି ବସ୍ତିରେ ଥିବା ମତ୍ସ୍ୟଜୀବୀଙ୍କୁ ସଚେତନ । ଡାକବାଜି ଯନ୍ତ୍ର ଦ୍ୱାରା ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ବିଭାଗର ସଚେତନତା ।

ଜୁଆର ଓ ପବନ ଆଶଙ୍କାରେ ଆଜିଠୁ ୨୬ ଯାଏଁ ସମୁଦ୍ର ଯିବାକୁ ବାରଣ । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଆଜି ସୁଦ୍ଧା ଫେରି ଆସିବାକୁ ପରାମର୍ଶ ।

ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ହେବ। କାଲି ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ କହିଛି । ପରବର୍ତ୍ତୀ ୧୨ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।

ତାପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଆଡ଼କୁ ଗତି କରିବ । ପରବର୍ତ୍ତୀ ୩ ଦିନରେ ବାଂଲାଦେଶ ଓ ପଶ୍ଚମବଙ୍ଗ ମୁହାଁ ହେବ। ପ୍ରଭାବରେ କାଲିଠୁ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ।

୨୪ରୁ ଉତ୍ତର ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ଦେଖିବାକୁ ମିଳିବ । ସେହିପରି ୨୬ ତାରିଖ ପର୍ଯ୍ୟନ୍ତ ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା ଦେଇଛି ।

ସମ୍ଭାବ୍ୟ ବାତ୍ୟା ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ଯିବ ବାଂଲାଦେଶ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।

ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣରେ 610 କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଦୀଘାଠାରୁ 760 କିଲୋମିଟର ଦକ୍ଷିଣରେ ଅବପାତ ସୃଷ୍ଟି ହୋଇଛି । ବାତ୍ୟା ପ୍ରଭାବରେ ଘଣ୍ଟାପ୍ରତି 60 ରୁ 70 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ବାତ୍ୟାର ବେଗ ସର୍ବାଧିକ 80 କିମି ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ 27 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟା ଉପରେ ଆଇଏମଡି ସ୍ବତନ୍ତ୍ର ନଜର ରଖିଛି ।