ବିଜ୍ଞାପନରେ ‘ଶଙ୍ଖ’ମାମଲା
ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ସମ୍ପର୍କିତ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ସମ୍ପର୍କିତ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମାନ୍ୟବର ହାଇକୋର୍ଟ ଶୁଣାଣି କରି ଏହି ମାମଲାର ଅନ୍ତ ଘଟାଇଛନ୍ତି । ଇସିଆଇ ବିଚାର ପାଇଁ ଗ୍ରହଣ କରିଥିବାବେଳେ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ତେବେ ଇସିଙ୍କ ନିଷ୍ପତ୍ତି ସନ୍ତୁଷ୍ଟ ନହେଲେ ପୁଣି ଆସପାରିବେ ବୋଲି ହାଇକୋର୍ଟ କହିଛନ୍ତି । ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ବିରୋଧ କରି ବିଜେପି ନେତା ଯତୀନ ମହାନ୍ତିଙ୍କ ପକ୍ଷରୁ ଆବେଦନ ହୋଇଥିଲା ।
ସରକାରୀ ବିଜ୍ଞାପନଗୁଡ଼ିକରେ ଦଳୀୟ ଚିହ୍ନ ‘ଶଙ୍ଖ’ ବ୍ୟବହାର ଉପରେ ନିର୍ବାଚନ କମିଶନ (ଇସି) ଗତ ଫେବୃଆରୀ ୨୮ ତାରିଖ ଦିନ ଓଡ଼ିଶା ସରକାର ଏବଂ ଶାସକ ବିଜୁ ଜନତା ଦଳ (ବିଜେଡି)ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ବିଜେଡି କେତେକ ଖବରକାଗଜ, ଟିଭି ଚ୍ୟାନେଲ, ସରକାରୀ ବସ୍ଗୁଡ଼ିକରେ ବିଜ୍ଞାପନ ଏବଂ ବିଭିନ୍ନ ସହରରେ ହୋର୍ଡିଂ ଦେଇ ଶଙ୍ଖ ଚିହ୍ନର ପ୍ରଚାର କରୁଥିବା ନେଇ ଇସି କେତୋଟି ଅଭିଯୋଗ ପାଇଥିଲେ। ଏହାକୁ ଅନୁଧ୍ୟାନ କରିବା ପରେ ୨୦୧୬ ଅକ୍ଟୋବରର ନିର୍ଦ୍ଦେଶନାମା ଉଲ୍ଲଂଘନ ହୋଇଥିବା ଜାଣିବାକୁ ପାଇଥିଲେ।