ବାପା ହେବାକୁ ଚାହୁଁଛନ୍ତି ଦୂତି ଚାନ୍ଦ
ଆନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ବାପା ହେବାକୁ ଚାହୁଁଛନ୍ତି । ଏନେଇ ସେ ଏକ ଜାତୀୟ ମାଗାଜିନ୍କୁ ସାକ୍ଷାତକାର ଦେଇ ଏହା କହିଛନ୍ତି

ଆନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ବାପା ହେବାକୁ ଚାହୁଁଛନ୍ତି । ଏନେଇ ସେ ଏକ ଜାତୀୟ ମାଗାଜିନ୍କୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ଦୂତି ଚାନ୍ଦ ତାଙ୍କ ବାନ୍ଧବୀକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସେମାନେ ବିବାହ କଲେ ବାପା କିଏ ହେବେ ବୋଲି ଏକ ଜାତୀୟ ମାଗାଜିନ୍ରେ ଦୂତିଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଦୂତି ବାପା ହେବେ ବୋଲି କହିଥିଲେ। ଦୂତି ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ କେବେ ବାହାଘର ହେବ ସେ ନେଇ ଏପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇ ନାହିଁ।
ନିଜ ପିଲାବେଳର ସାଥୀଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ ଦୂତି ଚାନ୍ଦ। କିନ୍ତୁ ଏହା ସତସତିକା ନୁହେଁ। ଗୋଟିଏ ମାଗାଜିନ କଭରପେଜ ସୁଟିଂ ପାଇଁ ଏମିତି କରିବାକୁ ପଡ଼ିଛି ଦୂତି ଏବଂ ତାଙ୍କ ବାନ୍ଧବୀ ମୋନାଲିସାଙ୍କୁ। ନିଜ ସାଥୀ ମୋନାଲିସା ଦାସଙ୍କ ମଥାରେ ସିନ୍ଦୁର ଦେଉଥିବା ଫଟୋ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦୂତି।
ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ ରହିଥିବାବେଳେ ଏକ ଜାତୀୟ ମାଗାଜିନରେ ଦେଖିବାକୁ ମିଳିଛି ଦୂତି ଚାନ୍ଦ ଏବଂ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ମୋନାଲିସାଙ୍କୁ। ଦୂତିଙ୍କର ଏହି ଫଟୋକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଦୂତି। ଦୂତି କହିଛନ୍ତି ସେ ଏବଂ ତାଙ୍କ ବାନ୍ଧବୀ ନିଜ ସମ୍ପର୍କକୁ ନେଇ ବେଶ ଖୁସି ଅଛନ୍ତି। ପୂର୍ବରୁ ପରିବାର ଲୋକ ସେମାନଙ୍କର ଏହି ସମ୍ପର୍କକୁ ପସନ୍ଦ କରୁନଥିବାବେଳେ ଏବେ ସମର୍ଥନ କରୁଥିବା ଦୂତି କହିଛନ୍ତି।
କେବଳ ସେତିକି ନୁହେଁ ମନ୍ଦିରରେ ପରସ୍ପରକୁ ସାଥୀ ଭାବେ ଗ୍ରହଣ କରିଥିବା ଦୂତି କହିଛନ୍ତି। ସେ ଆହୁରି କହିଛନ୍ତି କେବଳ ରୀତିନୀତିରେ ଆମର ବାହାଘର ହେବା ବାକି ରହିଛି। ତେବେ କେବେ ଦୁହେଁ ବିବାହ କରୁଛନ୍ତି ସେ ନେଇ କୌଣସି ସୂଚନା ଦେଇ ନାହାଁନ୍ତି।
ଗତ ୨୦୧୮ ମସିହାରୁ ଉଭୟ ଦୂତି ଏବଂ ମୋନାଲିସା ସମ୍ପର୍କରେ ରହିଛନ୍ତି। ଆଗକୁ ସେମାନେ ବିବାହ କରିବାକୁ ସ୍ଥିର କରିଥିବା ଦୂତି କହିଛନ୍ତି। କେବଳ ସେତିକି ନୁହେଁ ଦୁହେଁ ପିତାମାତା ହେବାକୁ ଚାହାଁନ୍ତି ବୋଲି ମଧ୍ୟ ସେ କହିଛନ୍ତି।
ଦୂତି ମୋନାଙ୍କ ମଥାରେ ସିନ୍ଦୁର ଦେଉଥିବା ଫଟୋ ସହ ଅନ୍ୟ କିଛି ଫଟୋ ନିଜ ଟୁଇଟର ଆକାଣ୍ଟରେ ସେୟାର କରିବା ପରେ ପ୍ରଶଂସା ଯେତିକି ମିଳୁଛି ସମାଲୋଚନା ବି ସେତିକି ହେଉଥିବା ଦେଖିବାକୁ ମିଳୁଛି।