ସୁପ୍ରିମକୋର୍ଟରୁ ମୋକିମଙ୍କୁ ଆଶ୍ୱସ୍ତି
କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ମିଳିଲା ଆଶ୍ୱସ୍ତି

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ମିଳିଲା ଆଶ୍ୱସ୍ତି । ସୁପ୍ରିମକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ।
ସେତେବେଳେ ପ୍ରତିଦ୍ୱନ୍ଦ୍ୱୀ ଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନାମାଙ୍କନପତ୍ରରେ ଭୁଲ ଥିବା ଦର୍ଶାଇ ଅଭିଯୋଗ କରିଥିଲେ । ନିର୍ବାଚନ ସତ୍ୟପାଠରେ ଅନିୟମିତତା ଥିବା ନେଇ ଅଭିଯୋଗ ଆଣିଥିଲେ ଦେବାଶିଷ । ଯାହାର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରାଯାଇଥିଲା । ଗତ ମାର୍ଚ୍ଚ ୪ ତାରିଖ ଦିନଏହାର ରାୟ ପ୍ରକାଶ ପାଇବା ସହ ମୋକିମଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ । ଏଭଳି ରାୟ ମୋକିମଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିକରିଥିଲା । ଯାହାକୁ ଚ୍ୟାଲେଞ୍ଜ କରି ମୋକିମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି ।