ତାଳଚେରର ଦୁଇ ବ୍ୟବସାୟୀଙ୍କ ଘରେ ଜିଏସଟି ଚଢ଼ଉ
ତାଳଚେରର ଦୁଇ କୋଇଲା ବ୍ୟବସାୟୀଙ୍କ ଘରେ ଜିଏସଟି ଚଢ଼ଉ ଚାଲିଛି।

ତାଳଚେରର ଦୁଇ କୋଇଲା ବ୍ୟବସାୟୀଙ୍କ ଘରେ ଜିଏସଟି ଚଢ଼ଉ ଚାଲିଛି। ଦୁଇ ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛି ଜିଏସଟି ଟିମ୍। ୨୫ ଜଣିଆ ଜିଏସଟି ଟିମର ଚଢ଼ାଉ ଚାଲିଛି।
ମା ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି ରହିଛି। ଦୁଇ ଭାଇ ମହେନ୍ଦ୍ର ଓ ରାଜେନ୍ଦ୍ରଙ୍କ ବାସଭବନ ଓ ଅଫିସରେ ଛାପା ମାରିଛି ଜିଏସଟି। ତାଳଚେର ସମେତ ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ବାସଭବନ, ବ୍ୟାବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ଚଢ଼ଉ ଚାଲିଛି। ଢେଙ୍କାନାଳ ଓ ତାଳଚେରରେ ଥିବା ମହେନ୍ଦ୍ରଙ୍କ ୪ଟି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ଚାଲିଛି।