ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,
ପୁଞ୍ଜିନିବେଶ ପାଇଁ ଓଡ଼ିଶା ହିଁ ଉପଯୁକ୍ତ ସ୍ଥାନ , ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ପୁଞ୍ଜି ନିବେଶ କରିବ: ମୁକେଶ ଅମ୍ବାନୀ

ରାଜ୍ଯ ପାଇଁ ଶିଳ୍ପ ଭିକ୍ଷା ,
ଓଡ଼ିଶା ପୁଞ୍ଜିନିବେଶର ଉପଯୁକ୍ତ ସ୍ଥାନ
ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ପୁଞ୍ଜି ନିବେଶ କରିବ: ମୁକେଶ ଅମ୍ବାନୀ
ଭୁବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ରିଲାୟନ୍ସ ଗ୍ରୁପର ମୁଖ୍ୟ ତଥା ରିଲାୟନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିଛନ୍ତି।
ଏହି ଅବସରରେ ମୁକେଶ ଅମ୍ବାନୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା ହୋଇଥିଲା। ଆଲୋଚନାରେ ଓଡିଶାରେ ମୁକେଶ ଅମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ଓଡ଼ିଶା ପୁଞ୍ଜିନିବେଶର ଉପଯୁକ୍ତ ସ୍ଥାନ ଏବଂ ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ନିବେଶ କରିବ ବୋଲି ରିଲାୟନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ନେଇ ରିଲାୟନ୍ସ ଗ୍ରୁପ ମୁଖ୍ୟ ତଥା ରିଲାୟନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ସଫଳ ହୋଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଜଗତର ନାଥ ଜଗନ୍ନାଥ ଙ୍କ ଉତ୍ତରୀ ଓ ପତିତପାବନ ବାନା ଏବଂ ସୁଖୁଳି ଭୋଗ ଦେଇ ଶିଳ୍ପପତିଙ୍କ ମନ ଜିଣିଲେ ,
ଏଥିସହ ଓଡ଼ିଶାର ନୀଳ ଜର୍ଷି ଦେଇ ଭାବର ଆଦାନ ପ୍ରଦାନ ମଧ୍ୟ କଲେ