ନବ ଦାସ ହତ୍ୟା ମାମଲା : କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ
ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହୋଇଛି

ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହୋଇଛି । ଗତକାଲି କଡ଼ା ସୁରକ୍ଷାବଳୟରେ ଗୋପାଳ ଦାସକୁ କଟକରୁ ଝାରସୁଗୁଡ଼ା ନେଇଛି ପୋଲିସ । ଜାନୁଆରୀ ୨୯ରେ ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା ପୁଲିସ ଏଏସଆଇ ଗୋପାଳ ଦାସ ।
ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ । ସେହିଦିନ ହିଁ ତଦନ୍ତ ଭାର ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ । ଗୁଜରାଟରେ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରାଯିବା ସହ ଅଭିଯୁକ୍ତକୁ ତୁହାକୁ ତୁହା ରିମାଣ୍ଡରେ ନେଇ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ଏହାରି ଭିତରେ ଘଟଣାକୁ ୫ ମାସ ବିତି ଯାଇଥିଲେ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳି କଲା, ଏ ନେଇ କ୍ରାଇମବ୍ରାଞ୍ଚ ମୁହଁ ଖୋଲିନି ।