ଲାଞ୍ଚ ନେବାବେଳେ ମହିଳା ଏଏସ ଆଇଙ୍କୁ ଧରିଲା ଭିଜିଲାନ୍ସ
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ କର୍ମଚାରୀ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ କର୍ମଚାରୀ। ସହିଦନଗର ଥାନାର ମହିଳା ଏଏସଆଇଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଏଏସଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ଏକ ମାମଲାର ରଫାଦଫା ପାଇଁ ସେ ଜଣେ ମହିଳାଙ୍କଠାରୁ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମହିଳା ଏଏସଆଇଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।