ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ,ହେଲିକପ୍ଟରକୁ ଚଢିବା ବେଳେ ଗୋଡ଼ ଖସି ପଡ଼ିଗଲେ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ପ୍ରଚାର ବେଳେ ଲାଗିଛି ଆଘାତ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ପ୍ରଚାର ବେଳେ ଲାଗିଛି ଆଘାତ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଦୁର୍ଗାପୁରରେ ଥିଲେ। ସେଠାରୁ ଆଉ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ପାଇଁ ମମତା ବାନାର୍ଜୀଙ୍କ ଭଳି ହେଲିକପ୍ଟରରେ ବସିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ତଳେ ପଡିଯାଇଥିଲେ।
ନ୍ୟୁଜ ଏଜେନ୍ସି ଏଏନ୍ଆଇ ପକ୍ଷରୁ ଜାରି ଏକ ଭିଡିଓରେ ଏହି ପୁରା ଘଟଣାର ଭିଡିଓ ଫୁଟେଜ୍ ସାମନାକୁ ବସିଛି। ଭିଡିଓରେ ଦେଖିବାକୁ ମିଳୁଛି ମମତା କାରରୁ ଓହ୍ଲାଇ ହେଲିକପ୍ଟର ଆଡକୁ ବଢୁଛନ୍ତି। ଏହାପରେ ସେ ସିଢି ଚଢୁଥିବାର ଦେଖାଯାଉଛନ୍ତି। ସେ ଧିରେ ଧିରେ ଭିତରକୁ ଯାଉଥିଲେ , କିନ୍ତୁ ସିଟ୍ ପାଖରେ ଗୋଡ଼ ଖସି ତଳେ ପଡିଗଲେ। ଏହାପରେ ମମତା ସିଟ୍ ଆଗରେ ପଡି ଯାଇଥିଲେ। ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ସମ୍ଭାଳି ନେଇଥିଲେ।
ଉଲ୍ଲେଖନୀୟ ଯେ, ମମତା ବାନାର୍ଜୀ ଦେଢ ମାସ ପୂର୍ବେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। ରିପୋର୍ଟ ଅନୁସାରେ, ମମତା ବାନାର୍ଜୀ ନିଜ ଘରେ ଖସି ପଡିଥିଲେ। ଏହି ଦୁର୍ଘଟଣା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହି ଘଟଣା ୧୪ ମାର୍ଚ୍ଚରେ ଘଟିଛି। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣାର ୪୪ ଦିନ ପରେ ମମତା ପୁଣିଥରେ ଆହତ ହୋଇଛନ୍ତି।