ଲଡୁ ବିବାଦରେ ଶନିବାର ତିରୁପତି ଯିବେ ୱାଇଏସଆର ସିପି ମୁଖ୍ୟ ଜଗନମୋହନ ରେଡ୍ଡୀ
ଲଡୁ ବିବାଦ ଭିତରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ସେପ୍ଟେମ୍ବର ୨୮ରେ ତିରୁପତୀ ପହଁଚିବେ ଓ ମନ୍ଦିରରେ କ୍ଷମା ପ୍ରାର୍ଥନା କରିବେ

ଲଡୁ ବିବାଦ ଭିତରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ସେପ୍ଟେମ୍ବର ୨୮ରେ ତିରୁପତୀ ପହଁଚିବେ ଓ ମନ୍ଦିରରେ କ୍ଷମା ପ୍ରାର୍ଥନା କରିବେ। ଜଗନ କହିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ପ୍ରସାଦଙ୍କ ବିଷୟରେ ମିଥ୍ୟା ଦାବି କରି ପାପ କରିଛନ୍ତି।
କନକ ବ୍ୟୁରୋ: ଲଡୁ ବିବାଦ ଭିତରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ସେପ୍ଟେମ୍ବର ୨୮ରେ ତିରୁପତୀ ପହଁଚିବେ ଓ ମନ୍ଦିରରେ କ୍ଷମା ପ୍ରାର୍ଥନା କରିବେ।
ଥମିବାର ନାଁ ନେଉନି ତିରୁପତି ଲଡ୍ଡୁ ବିବାଦ ମାମଲା, ଜୋର ଧରଛି ରାଜନୈତିକ ବୟାନବାଜି। ଏହାରି ମଧ୍ୟରେ ଆସନ୍ତାକାଲି ତିରୁପତି ଗସ୍ତରେ ଯିବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀ। ଲାଗି ରହିଥିବା ବିବାଦକୁ ନେଇ ସେ କ୍ଷମାପ୍ରାର୍ଥନା କରିବାକୁ ଯାଉଥିବା ବେଳେ ଏଥିରେ ଅନ୍ୟମାନଙ୍କୁ ସାମିଲ ହେବାକୁ ମଧ୍ୟ ସେ ଅପିଲ କରିଛନ୍ତି। ଏନେଇ ଜଗନମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ମାଧବୀଲତା। ସେପଟେ ଲଡ୍ଡୁ ବିବାଦ ଘଟଣାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ୯ଜଣିଆ ସଦସ୍ୟକୁ ନେଇ ଗଠନ ହୋଇଛି ଏସଆଇଟି। ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରର ପ୍ରସାଦରେ ଲାଗୁଥିବା ଘିଅରେ ପଶୁ ଚର୍ବି ମିଶାଯିବା ଘଟଣାର ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ଦେବ ଏହି ଟିମ୍। ଗୁଂଟୁର ରେଞ୍ଜର ଆଇଜିପି ସର୍ବଶ୍ରେଷ୍ଠ ତ୍ରିପାଠୀ ନେତୃତ୍ବରେ ଏହି ଏସଆଇଟି ଟିମ୍ ଗଠନ କରାଯାଇଛି। ମନ୍ଦିରର ପବିତ୍ର ପ୍ରସାଦରେ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଶିବା ନେଇ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆସିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଏସଆଇଟି ଟିମର ଯାଞ୍ଚ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ କହିଛନ୍ତି। ତିରୁପତିଙ୍କ ଦର୍ଶନ କରିବାକୁ ଯିବା ଅବସରରେ ଜଗନ ମୋହନ ରେଡ୍ଡୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ମାଧବୀ ଲତା।