ମୀରାବାଈଙ୍କ ଜନ୍ମୋତ୍ସବରେ ସାମିଲ ହେଲେ ପିଏମ ମୋଦୀ

ମୀରାବାଈଙ୍କ ଜନ୍ମୋତ୍ସବରେ ସାମିଲ ହେଲେ ପିଏମ ମୋଦୀ, ଜାରି କଲେ ଡାକ ଟିକଟ ଏବଂ ୫୨୫ ଟଙ୍କିଆ ମୁଦ୍ରା

ମୀରାବାଈଙ୍କ ଜନ୍ମୋତ୍ସବରେ ସାମିଲ ହେଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଥୁରରେ ଶ୍ରୀକୃ‌ଷ୍ଣ ଜନ୍ମଭୂମି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହା ସହ ଗୁରୁବାର ପିଏମ ମୋଦୀ ସନ୍ତ ମୀରାବାଈଙ୍କ ୫୨୫ ତମ ଜୟନ୍ତୀରେ ମୀରାବାଈଙ୍କ ନାମରେ ଏକ ଡାକ ଟିକେଟ ଏବଂ ଏକ ୫୨୫ ଟଙ୍କାର ମୁଦ୍ରା ମଧ୍ୟ ଜାରି କରିଛନ୍ତି।

ଏହି ଅବସରରେ ପିଏମ ମୋଦୀ କହିଛନ୍ତି ‘ମୋର ସୌଭାଗ୍ୟ ଯେ ମତେ କୃ‌ଷ୍ଣଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିଲା। ବ୍ରଜକୁ ସେମାନେ ଆସିଥାନ୍ତି ଯାହାଙ୍କୁ କୃଷ୍ଣ ଡାକିଥାନ୍ତି। ବ୍ରଜର ଶିରା ପ୍ରଶିରାରେ ରାଧା-କୃଷ୍ଣ ସାମାହିତ ଅଛନ୍ତି।’’

ସନ୍ଥ ମୀରାବାଇଙ୍କ ୫୨୫ ତମ ଜୟନ୍ତୀ ଅବସରରେ ପିଏମ ମୋଦୀ କହିଛନ୍ତି ‘‘ଭଗବାନ କୃଷଙ୍କୁ ନେଇ ମୀରାବାଈ ପର୍ଯ୍ୟନ୍ତ ସମସ୍ତଙ୍କର ଗୁଜରାଟ ସହ ଏକ ଭିନ୍ନ ସମ୍ପର୍କ ରହିଛି। ମଥୁରାର କାହ୍ନା ଗୁଜରାଟ ଯାଇ ହିଁ ଦ୍ବାରକାଧୀଶ ହୋଇଥିଲେ। ମୀରାଙ୍କ ଭକ୍ତି ବିନା ବୃନ୍ଦାବନ ସଂପୂର୍ଣ୍ଣ ହୋଇନଥାନ୍ତା। ବିଶ୍ବର ସବୁ ତୀର୍ଥ ଯାତ୍ରରରୁ ଯେଉଁ ଲାଭ ହୋଇଥାଏ, ତାହାଠାରୁ ବି ଅଧିକ ଲାଭ କେବଳ ମଥୁରା ଏବଂ ବ୍ରଜର ଦର୍ଶନରୁ ମିଳିଥାଏ।’’

ପିଏମ ମୋଦୀ ଆହୁରି କହିଛନ୍ତି ‘‘ମୀରାବାଈଙ୍କ ୫୨୫ ତମ ଜନ୍ମୋତ୍ସବ କେବଳ ଜଣେ ସନ୍ଥଙ୍କ ଜନ୍ମୋତ୍ସବ ନୁହେଁ, ଏହାର ଭାରତର ଏକ ସମ୍ପୂର୍ଣ୍ଣ ସଂସ୍କୃତିର ଉତ୍ସବ। ଆମର ଭାରତ ସବୁବେଳେ ନାରୀଶକ୍ତିର ପୂଜନ କରୁଥିବା ଦେଶ।