ସୋନପୁର ମହାନଦୀରେ କମୁଛି ଜଳ ପ୍ରବାହ
ଛତିଶଗଡ଼ରେ ମହାନଦୀ ଉପରେ ଏକାଧିକ ବ୍ୟାରେଜ ନିର୍ମାଣ ଯୋଗୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଗକୁ ଏହା ସଙ୍ଗିନ ହେବ ବୋଲି ଅନୁମାନ କରାଯାଉଛି।

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଏବଂ ଡୁଙ୍ଗୁରିପାଲି ହେଉଛି ଏ ଅଞ୍ଚଳର ଭାତହାଣ୍ଡି। ତେବେ, ମହାନଦୀରେ ଜଳପ୍ରବାହ କମିଥିବାରୁ ଏହାର ସିଧାସଳଖ ପ୍ରଭାବ ଏହି ଭାତହାଣ୍ଡିରେ ପଡ଼ିବାକୁ ଯାଉଛି। ଛତିଶଗଡ଼ରେ ମହାନଦୀ ଉପରେ ଏକାଧିକ ବ୍ୟାରେଜ ନିର୍ମାଣ ଯୋଗୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଗକୁ ଏହା ସଙ୍ଗିନ ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଛତିଶଗଡ଼ରେ ମହାନଦୀ ଉପରେ ଏକାଧିକ ବ୍ୟାରେଜ ନିର୍ମାଣ ଯୋଗୁ ଜଳପ୍ରବାହ କମି ରବିଚାଷ ପ୍ରଭାବିତ ହେଉଛି। ଗତ ୫ ବର୍ଷ ଧରି ଏହା ସୁବର୍ଣ୍ଣପୁର ଦେଇ ଯାଇଥିବା ମହାନଦୀରେ ପ୍ରତିଫଳିତ ହେଉଛି। ଏବେ ମହାନଦୀରେ ମାତ୍ର ଦୁଇ ତିନିଟି ଧାରରେ ପାଣି ପ୍ରବାହିତ ହେଉଛି। ମହାନଦୀରେ ଜଳପ୍ରବାହ କମୁଥିବାରୁ ରବି ଚାଷ ପାଇଁ ଉଠା ଜଳସେଚନ ପର୍ଯ୍ୟାପ୍ତ ହେଉନାହିଁ। ଫଳରେ, ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଉନାହିଁ।