ରାସ୍ତା କଡ ରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର୍ ରାସ୍ତା କଡ଼ରୁ ଏକ ବ୍ୟାଗ ଭିତରେ ଭର୍ତ୍ତି କରାଯାଇ ଥିବା ନବ ଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି l

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର୍ ରାସ୍ତା କଡ଼ରୁ ଏକ ବ୍ୟାଗ ଭିତରେ ଭର୍ତ୍ତି କରାଯାଇ ଥିବା ନବ ଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି l ଜୀବିତ ଅବସ୍ଥାରେ ରାସ୍ତା କଡ଼ରେ କେହି ବ୍ୟାଗ୍ ଭିତରେ ରଖି ଛାଡି ଦେଇ ଯାଇଥିବା ସୂଚନା ମିଳିଛି ।
ଶିଶୁ ପୁତ୍ରକୁ ଗାଁର ଭାନୁମତୀ ବାଘ ନାମକ ଜଣେ ମହିଳା ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ପରୀକ୍ଷା କରି ଶିଶୁର ଅବସ୍ଥା ଠିକ୍ ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ଗତ କାଲି ରାତ୍ରିରେ ଏକ ବୋଲେରୋ ସାହାର୍ଯ୍ୟ ରେ କିଛି ମହିଳା ଉକ୍ତ ସ୍ଥାନରେ ଅଟକି ଥିବା ସ୍ଥାନୀୟ ଲୋକେ ଦେଖିଥିବା ବେଳେ ଉକ୍ତ ବୋଲେରୋ ରୁ ନବଜାତ ଶିଶୁ ପୁତ୍ର କୁ ଛାଡି ଦେଇଥିବା ଆଲୋଚନା ହେଉଛି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର