ସୋନପୁର ରେ ସାମ୍ବାଦିକ ସମ୍ମିଳନୀ
ଜାତୀୟ ଶିକ୍ଷାନୀତିର ତୃତୀୟ ବାର୍ଷିକୀ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ରେ ସାମ୍ବାଦିକ ସମ୍ମିଳନୀ l

ସୁବର୍ଣ୍ଣପୁର : ସମଗ୍ର ଦେଶରେ 29 ଜୁଲାଇ ରେ ଜାତୀୟ ଶିକ୍ଷାନୀତି 2020 ର ତୃତୀୟ ବାର୍ଷିକୀ ପାଳନ କରାଯିବ l ଏହି ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଶିକ୍ଷା ସମାଗମ କୁ ଉଦଘାଟନ କରିବେ l ଏହାର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ରେ ଏହାର ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ଏହି ମହତ୍ତ୍ୱlକାଂକ୍ଷି ଶିକ୍ଷା ଯୋଜନାର ପୃଷ୍ଠଭୂମି ଓ ଲକ୍ଷ ଉପରେ ସୂଚନା ପ୍ରଦାନ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା l
ଏଥିରେ ଅଧ୍ୟକ୍ଷ ଜୱାହର ନବୋଦୟ ବିଦ୍ୟାଳୟ ତରଭା ଜୟରାମ ନାଏକ, ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟ ଜାମକାନି ପଞ୍ଚାନନ ପ୍ରଧାନ, ଶିକ୍ଷକ ଜୱାହର ନବୋଦୟ ବିଦ୍ୟାଳୟ ତରଭା ସାଶ୍ୱତ ସାହୁ,ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟ ପିପିଲି ପାଲି ବିଷ୍ନୁ ପ୍ରସାଦ ଜେନା, ଶିକ୍ଷୟତ୍ରୀ ଆଦର୍ଶ ବିଦ୍ୟାଳୟ ରଥପୁର ସ୍ମିତା ଭୋଇ ପ୍ରମୁଖ ଯୋଗଦେଇଥିଲେ l ଅତିଥି ମାନେ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଏହି ବ୍ୟାପକ ଭିତ୍ତିକ ନମନୀୟ ବହୁ ବିଭାଗୀୟ ଶିକ୍ଷା ମାଧ୍ୟମରେ ଆମ ଦେଶକୁ ଏକ ଜୀବନ୍ତ ଜ୍ଞାନ ସମାଜ ଓ ବିଶ୍ଵ ଜ୍ଞାନ ମହାଶକ୍ତି ରେ ପରିଣତ କରିବା ଏହାର ଲକ୍ଷ୍ୟ l ଏହାଦ୍ବାରା ଭାରତୀୟ ଛାତ୍ରଛାତ୍ରୀମାନେ କିଭଳି ବିଶେଷ ଭାବରେ ଉପକୃତ ହୋଇପାରିବେ ଏହା ଉପରେ ଆଲୋଚନା ହୋଇଥିଲା l ବିଦ୍ୟାଳୟ ର ଶିକ୍ଷକ ଗଣ୍ଡାରାମ ମେହେର ସ୍ମାର୍ଟ ବୋର୍ଡ ମାଧ୍ୟମରେ ଏହାକୁ ପ୍ରଦର୍ଶନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ବିଭାଗୀୟ ଅଧିକାରୀ ବିଦ୍ୟାପତି ପଣ୍ଡା ଙ୍କ ସମେତ ବେଣୁଧର ପଧାନ, ସନ୍ତୋଷ ମିଶ୍ର, ସଦାଶିବ ପଧାନ, ନିରଞ୍ଜନ ଭୋଇ, ଧନଞ୍ଜୟ ଆଡଜୁଆଡି , ମାନଭଞ୍ଜନ ପୁଝାରୀ ପ୍ରମୁଖ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର