ଆସୁଛି ଡବଲ୍ ଲଘୁଚାପ ! ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି
ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା -ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଚଳିତ ମୌସୁମିର ପ୍ରଥମ ଲଘୁଚାପ କ୍ଷେତ୍ର।

ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା -ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଚଳିତ ମୌସୁମିର ପ୍ରଥମ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ତିନି ଦିନ ଧରି ରାଜ୍ୟରେ ପ୍ରବଳ ଆଶଙ୍କା ରହିଛି ।
ଲଘୁଚାପ ପ୍ରଭାବ, କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷିବ ?
ଲଘୁଚାପ ପ୍ରଭାବରେ ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ରବିବାରରୁ ବଢିବ ବର୍ଷାର ପରିମାଣ । ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ଏସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, କଟକ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ । ଏହାଛଡ଼ା ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ମୌସୁମି ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ଦିନ ସାରା ପାଗ କୋହଲା ରହିବା ସହିତ ବିକ୍ଷୀପ୍ତ ବର୍ଷା ହୋଇଛି ।