ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡିର ନବମ ସମନ

ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆ ସମନ ଜାରି କରିଛି

ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡିର ନବମ ସମନ

ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆ ସମନ ଜାରି କରିଛି । କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି ଇଡି । ଏହି ମାମଲାରେ କେଜ୍ରିୱାଲଙ୍କୁ ଇଡିର ଏହା ନବମ ସମନ ।

ପୂର୍ବରୁ ୮ ଥର ସମନ ସତ୍ତ୍ୱେ କେଜ୍ରିୱାଲ ଇଡିରେ ଥରେ ମଧ୍ୟ ହାଜର ହୋଇନଥିଲେ । ଇଡି ସମନକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଇଡି ସମନ ଟାଳିବା ମାମଲାରେ ଦିଲ୍ଲୀର ଏକ କୋର୍ଟ ଶନିବାର କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦୁଇ ଦିନ ତଳେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତାଙ୍କୁ ଗିରଫ କରିଥିଲା।