ପୁର ପଲ୍ଲୀରେ ଶୁଭୁଛି ଜୟ ଶ୍ରୀରାମ ନାରା,ପ୍ରଥମ ଦର୍ଶନ ଦେଲେ ରାମଲାଲା

୫୦୦ ବର୍ଷର ସ୍ୱପ୍ନ ସାକାର ହୋଇଛି । ରାମ ଭକ୍ତଙ୍କ ଆଖିରେ ଆଜି ଖୁସିର ଲୁହ ରହିଛି । ସବୁ ପ୍ରତିକ୍ଷାର ଅନ୍ତ ଘଟିଛି, ସବୁ ସ୍ୱପ୍ନ ସାକାର ହୋଇଛି । ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହୋଇଛି । ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିଛନ୍ତି । ଆଉ ତାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ଶେଷ ହୋଇଛି କାଳ କାଳର ପ୍ରତୀକ୍ଷା । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି ।
୮୪ ସେକେଣ୍ତର ଶୁଭ ମୂହୁର୍ତ୍ତରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଆଉ ଏହାର ମୁଖ୍ୟ ଜଜମାନ ଭାବେ ଦାୟିତ୍ୱ ତୁଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଜଜମାନ ଦାୟିତ୍ୱ ତୁଲାଇବା ପାଇଁ ଗତ ୧୧ ଦିନ ଧରି କଠୋର ବ୍ରତ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୨.୧୫ ରୁ ୧୨.୪୫ ରହିଥିଲା ପ୍ରାଣ ପ୍ରତିଷ୍ଠା ପାଇଁ ମାହେନ୍ଦ୍ର ବେଳା ।