ବିହାର ଭାଗଲପୁରରେ ବୋମା ବିସ୍ଫୋରଣ
ବିହାରର ଭାଗଲପୁର ଜିଲ୍ଲାରେ ବବରଗଂଜରେ ବୋମା ବିସ୍ଫୋରଣ । ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣରେ ଏକ ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ବିହାରର ଭାଗଲପୁର ଜିଲ୍ଲାରେ ବବରଗଂଜରେ ବୋମା ବିସ୍ଫୋରଣ । ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣରେ ଏକ ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ମାମଲାର ଛାନଭିନ୍ କରୁଛି ।
ଖବର ମୁତାବକ, ବବରଗଂଜ ଥାନା ଅଞ୍ଚଳରେ ହୁସୈନାବାଦ କୁରୋସୀ ମହଲାରେ ବୋମା ବିସ୍ଫୋରଣ ଯୋଗୁଁ ଅବ୍ଦୁଲ ଗନୀଙ୍କ ଘର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଏହି ଘଟଣାରେ ଜଣେ ୧୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଜବାହରଲାଲ ନେହେରୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ, ସ୍ଥାନୀୟ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା ।
ପୋଲିସକୁ ସିଲିଣ୍ଡର ଫାଟିବା ନେଇ ସୂଚନା ମିଳିଥିଲା । କିନ୍ତୁ ସିଲିଣ୍ଡର ନୁହେଁ ବୋମା ବିସ୍ଫୋରଣ ହୋଇଥିବା ପୋଲିସ କହିଛନ୍ତି । ସୂଚନା ପାଇବା ପରେ ଫରେନ୍ସିକ ଟିମ୍ ପହଞ୍ଚି ଛାନଭିନ୍ କରୁଛି । ଭାଗଲପୁର ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
ସୂଚନାଯୋଗ୍ୟ, ମଧୁସୂଦନପୁରର ଶାହଜାଦପୁର ଗାଁରେ ବୋମା ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୨ ଜଣ ପିଲା ଗୁରୁତର ଆହତ ହୋଇଥିଲେ । ଏହା ପୂର୍ବରୁ ଭାଗଲପୁରରେ ବୋମା ବିସ୍ଫୋରଣ ହୋଇସାରିଛି ।