ଅଗ୍ନିକାଣ୍ଡରେ ପାଇପ ଗୋଦାମ ଭସ୍ମୀଭୂତ

ସମ୍ବଲପୁର ସହର ଉପକଣ୍ଠ ସୋନପୁର ରାସ୍ତାରେ ଥିବା ଏକ ପାଇପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ଅଗ୍ନିକାଣ୍ଡରେ ପାଇପ ଗୋଦାମ ଭସ୍ମୀଭୂତ

ଭୟଙ୍କର ଅଗ୍ନିକାଣ୍ଡରେ ପାଇପ ଗୋଦାମ ଭସ୍ମୀଭୂତ। ସମ୍ବଲପୁର ସହର ଉପକଣ୍ଠ ସୋନପୁର ରାସ୍ତାରେ ଥିବା ଏକ ପାଇପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ପୂର୍ବାହ୍ନ ପ୍ରାୟ ୯ଟାରେ ଉକ୍ତ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଏହା ଚାରି ଆଡକୁ ବ୍ୟାପି ଯାଇଥିଲା। ଫଳରେ ଗୋଦାମ ଲକ୍ଷ ଲକ୍ଷ ଟଙ୍କାର ପାଇପ ପୋଡି ପାଉଁଶ ହୋଇଯାଇଥିବା ବେଳେ ଧୂଆଁରେ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି।