ଦୁଇଦିନ ଧରି ଉଦଘାଟିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ
ଆଉ ଦୁଇଦିନ ଉଦଘାଟିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ l ଜୋରସୋରରେ ଚାଲିଛି ଲୋକାର୍ପଣ ଉତ୍ସବ ପ୍ରସ୍ତୁତି ।

ଆଉ ଦୁଇଦିନ ଉଦଘାଟିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ l ଜୋରସୋରରେ ଚାଲିଛି ଲୋକାର୍ପଣ ଉତ୍ସବ ପ୍ରସ୍ତୁତି । ୪୦ ଏକର ପରିମିତ ଅଞ୍ଚଳରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ ହୋଇଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ମନ୍ଦିର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାମ । ଏଥିପାଇଁ ୩ ହଜାରରୁ ଅଧିକ କର୍ମଚାରୀ ଓ ଶ୍ରମିକ ଦିନରାତି କରୁଛନ୍ତି କାମ l ପ୍ରକଳ୍ପ ପାଇଁ ଯଜ୍ଞ ମଣ୍ଡପକୁ ସମ୍ପୂର୍ଣ୍ଣ ସମ୍ବଲପୁରୀ ଡିଜାଇନ ଦିଆଯାଇଛି l ମୁଖ୍ୟ ଯଜ୍ଞସ୍ଥଳୀକୁ ଛାଡି ଦେଲେ ଏଠାରେ ଥିବା ୪ଟି ମୁଖ୍ୟଦ୍ୱାରରେ ୪ ଟି ଯଜ୍ଞ ସ୍ଥଳୀ କରାଯାଇଛି l ପ୍ରତି ସନ୍ଧ୍ୟାରେ ମହାନଦୀ ଆଳତୀ ସହ ରିଭର ଭିୟୁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି ।
ପ୍ରକଳ୍ପରେ ୪ ଟି ଦ୍ୱାର, ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ, ୱାଚ ଟାୱାର, ଭୋଗ ମଣ୍ଡପ, ଦୀପ ଗୃହ, ଫାଉଣ୍ଟେନ, ଯାତ୍ରୀଙ୍କ ବିଶ୍ରାମ ଗୃହ ସହିତ ମିଶନ ଶକ୍ତି କାଫେ ମଧ୍ୟ ରହିଛି l ସେପଟେ ପଶ୍ଚିମ ଓଡିଶା ରେ ସମଲେଇ ପ୍ରକଳ୍ପ ରେ ବିଦ୍ୟୁତ ବିଭାଗ ପ୍ରଥମ ଥର ପାଇଁ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରିଛନ୍ତି l ମାଆ ସମଲେଶ୍ୱରୀ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରକଳ୍ପ ଓ ମନ୍ଦିରର ବିକାଶ ଦେଖି ଖୁସି ପ୍ରକାଶ କରିଛନ୍ତି । ସେହିପରି କଳାକାର ମାନେ ମଧ୍ୟ ମାଁ ସମଲେଶ୍ୱରୀଙ୍କ ଏହି ପ୍ରକଳ୍ପ ପାଇଁ ଦିନ ରାତି ଏକ କରିଦେଇଛନ୍ତି