ଜବର ଦଖଲ ଉଚ୍ଛେଦ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଖୁବ ଶୀଘ୍ର ହେବ କାର୍ଯାନୁଷ୍ଠାନ
ବିଧାନସଭା ରେ ବିଭାଗୀୟ ମନ୍ତ୍ରୀ ଖୁବ୍ ଶୀଘ୍ର ଏହି ଜମିକୁ ଜବରଦଖଲ ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ କୁଜଙ୍ଗ ତହସିଲ ପ୍ରଶାସନ ମଧ୍ୟରେ ତତ୍ପରତା ଦେଖା ଦେଇଛି।

ପାରାଦୀପ : ପ୍ରଥମେ କାକୁତି ମିନତୀ ହୋଇ ବ୍ୟବସାୟ କରିବା ପାଇଁ ଜାଗାଟିଏ ଖୋଜି ନେଲେ, କିଛି ଦିନ ପରେ ବ୍ୟବସାୟ ଜୋର ସୋର ରେ ଚାଳିବାରୁ ଉକ୍ତ ଯାଗାରେ ମାଲିକାନା ଜାହିର କଲେ । ଖାଲି ସେତିକି ନୁହେଁ ଉକ୍ତ ଜମିର ଉପଯୁକ୍ତ ଭଡ଼ା ତ ଦେଲେ ନାହିଁ ବରଂ ମାଲିକାନା ନେଇ କିଛି ବୟସ୍କ ବୃଦ୍ଧ ଓ ବୃଦ୍ଧା ଙ୍କୁ ମଧ୍ୟ ସମସ୍ତ ଙ୍କ ସାମ୍ନା ରେ ଆଣି ଉପସ୍ଥିତ କରାଇ ଅଯାଚିତ ଭାବରେ ଅପ୍ରିତିକର ପରିସ୍ଥିତି ମଧ୍ୟ ସୃଷ୍ଟି କରାଇଲେ। ଏପରିକି ପ୍ରସଙ୍ଗ ଯେ କେବଳ ଜାଗା ମାଲିକ ଓ ଭଡାଟିଆ ଙ୍କ ମଧ୍ୟରେ ସିମୀତ ହୋଇ ରହିଲା ନାହିଁ ଏହା ଥାନା କୋର୍ଟ କଚେରୀ ଠାରୁ ଆରମ୍ଭ କରି ବିଧାନସଭାରେ ମଧ୍ୟ ପହଞ୍ଚିଗଲା ଯେଉଁଥିରେ ବିଭାଗୀୟ ମନ୍ତ୍ରୀ ପ୍ରସଙ୍ଗ ନେଇ ଉତ୍ତର ଦାୟୀ ମଧ୍ୟ ହେଲେ । ଘଟଣା ଟି ପାରାଦୀପ ଅଞ୍ଚଳ ର ବେଶ୍ ରୋଚକ ପରିସ୍ଥିତି ସୃଷ୍ଟି କରିଛି
ପାରାଦୀପ ଲକ୍ ଥାନା ଅଧୀନ ନମ୍ବର ୧୮୯/୮୮୧, ପ୍ଲଟ୍ ନମ୍ବର ୧୦୦୦ରେ ଥିବା ୧୦୦ ଡିସିମିଲି ବା ଏକ ଏକର ଜାଗା ଯାହାର ମାଲିକାନା ରହିଛି ଗୌତ୍ତମ ବିନ୍ଧାଣି ନାମରେ ତାକୁ ଜଣେ କବାଡ଼ି ବ୍ୟବସାୟୀ ଯେ କି ରବୀନ୍ଦ୍ର ବାରିକ ଦୀର୍ଘ ବର୍ଷ ହେବ ଜବରଦଖଲ କରି ରଖିବା ଘଟଣା ନେଇ ଗତ ୨୩ ତାରିଖ ଦିନ ବିଧାନସଭାରେ ପ୍ରଶ୍ନ ଉଠିଥିଲା ଯାହାକୁ ଉଠାଇଥିଲେ ଉଦଳା ବିଧାୟକ ଭାସ୍କର ମଢେଇ ପାରାଦୀପ ପ୍ରବେଶ ପଥ ଦୋଛକି ପରି ଏକ ଗୁରୁତ୍ବପୁର୍ଣ ଛକ ଠାରେ ଏହି ପ୍ଲଟ୍କୁ ବେଆଇନ ଭାବେ କଳ ବଳ ଖଟାଇ ଜବର ଦଖଲ କରି ରହିଥିବା ବ୍ୟକ୍ତିଙ୍କ ବିରୋଧରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନି ସେ ସମ୍ପର୍କରେ ଉତ୍ତର ରଖିବାକୁ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କୁ ବିଧାୟକ ଶ୍ରୀ ମଢେଇ ଅନୁରୋଧ କରିଥିଲେ। ଏନେଇ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଉତ୍ତରରେ କହିଥିଲେ ଯେ ଉକ୍ତ ପ୍ଲଟ୍ରେ ବେଆଇନ ଜବର ଦଖଲ ହୋଇ ଥିବା ସରକାର ଅବଗତ ଅଛନ୍ତି ତା ଛଡା ଏଥିରେ ପୂର୍ବରୁ ଉପଜିଲ୍ଲାପାଳଙ୍କ ଓଏଲ୍ଆର୍ କେସ୍ ନମ୍ବର ୦୧/୨୨ ଓଏଲ୍ଆର୍ ଧାରା ୨୩(କ) ଅନୁସାରେ ଉଚ୍ଛେଦ କରିବା ପାଇଁ ୨୭ ଡିସେମ୍ବର ୨୦୨୨କୁ ଧାର୍ଯ୍ୟ କରାଯାଇଥିଲା। ଏନେଇ ପାରାଦୀପ ଲକ୍ ଥାନା ଅଧିକାରୀଙ୍କୁ ମଧ୍ୟ ପତ୍ର ସଂଖ୍ୟା ୫୧୯୧(୨୨/୧୨/୨୦୨୨) ଆଦେଶ ୨୦/୧୨/୨୦୨୨ ଡବ୍ଲ୍ୟୁପି (ଗ) ନମ୍ବର- ୩୪୯୫୧/୨୨ ମୁତାବକ ଉକ୍ତ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା ପରେ ପୁନର୍ବାର ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ୨୪ ଜାନୁଆରୀ ୨୦୨୩ ଓଏଲଆର ଅପିଲ କେଶ ନମ୍ବର ୧/୨୦୨୨ ଧାରା ୨୩ (କ) ଅନୁଯାୟୀ ପୁନର୍ବାର ବିଚାର କରି ଗତ ୨୦୨୩ ମସିହା ମାର୍ଚ୍ଚ ମାସ ୧୫ ତାରିଖ କୁ ଉଚ୍ଛେଦ ପ୍ରକ୍ରିୟା ପାଇଁ ଦିନ ଧାର୍ଯ୍ୟ କରିଥିଲେ ଏନେଇ ପାରାଦୀପ ଲକ୍ ଥାନା ଅଧିକାରୀଙ୍କୁ ମଧ୍ୟ ପତ୍ର ସଂଖ୍ୟା ୧୧୨୩ (୦୯/୦୩/୨୦୨୩) ମାଧ୍ୟମରେ ଅବଗତ କରାଯାଇଥିଲା କିନ୍ତୁ ଉକ୍ତ ଦିନ ଡ୍ରାଇଭର ମହାସଂଘ ର୍ ଆନ୍ଦୋଳନ ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇ ପାରିନଥିଲା
ଏହାପରେ ପୁଣି ଚଳିତ ମାସ ୧୮ ତାରିଖ ଦିନ ଉକ୍ତ ଆଦେଶକୁ ବଳବତ୍ତର ରଖି ପୁନର୍ବାର ଚଳିତ ମାସ ୨୨ ତାରିଖକୁ ଉଚ୍ଛେଦ ପ୍ରକ୍ରିୟା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା କିନ୍ତୁ ଏହି ଖବର ଜବର ଦଖଲକାରୀ ପାଇବା ପରେ କିଛି ଅସମାଜିକ ବ୍ୟକ୍ତି ଙ୍କୁ ନେଇ ଘଟଣା ସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା ଏପରିକି ଘଟଣାସ୍ଥଳରେ ଜମିର ପ୍ରକୃତ ମାଲିକ ଉପସ୍ଥିତ ଥିବା ବେଳେ ଜମିର ମାଲିକାନା ଜାହିର କରୁଥିବା କିଛି ଲୋକଙ୍କୁ ଏକଜୁଟ କରାଇ ସଂପୃକ୍ତ କବାଡ଼ିଆ ବ୍ୟବସାୟୀ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡ଼ୁଥିବାର ଲକ୍ଷ୍ୟ କରାଯାଇଥିଲା। ଯଦିଓ ପୁଲିସ ଉପସ୍ଥିତି ରେ ଏହି ଡ୍ରାମା ଚଳୁଥିଲା କିନ୍ତୁ କୌଣସି ଅଜଣା ଚାପରେ ଚାପି ହୋଇ ପୋଲିସ ଉପସ୍ଥିତ ରହି କେବଳ ନିରବଦ୍ରଷ୍ଟା ସାଜିଥିଲା ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଥିବା ବେଳେ ବିଧାନସଭାରେ ଏ ପ୍ରସଙ୍ଗ ଉଠିବା କୌଣସି ଛୋଟିଆ କଥା ନୁହେଁ ।
ତଥାପି କୋଟି କୋଟି ଟଙ୍କାର ଏହି ମୂଲ୍ୟବାନ ଜମିକୁ ଏହି କବାଡ଼ିଆ ମାଫିଆ ହାତରୁ କିପରି ମୁକୁଳିବ ସେନେଇ ଚିନ୍ତାରେ ଯାଗା ମାଲିକ ରହି ରୀତିମତ ଉଦ୍ୟମ କରିବା ସହ ଆଇନ ର ଆଶ୍ରୟ ମଧ୍ୟ ନେଇଛନ୍ତି ତେବେ ବିଧାନସଭା ରେ ବିଭାଗୀୟ ମନ୍ତ୍ରୀ ଖୁବ୍ ଶୀଘ୍ର ଏହି ଜମିକୁ ଜବରଦଖଲ ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏବେ କୁଜଙ୍ଗ ତହସିଲ ପ୍ରଶାସନ ମଧ୍ୟରେ ତତ୍ପରତା ଦେଖା ଦେଇଛି। ଏପରିକି ଆଗାମୀ ତାରିଖ ଖୁବ୍ ଶୀଘ୍ର ଧାର୍ଯ୍ୟ କରାଯାଇ ଉକ୍ତ ଜମିରେ ରହୁଥିବା ଜବରଦଖଲ କାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୋଲିସ ଓ ପ୍ରଶାସନ ପ୍ରସ୍ତୁତ ହେଉଥିବା ଜଣା ପଡିଛି ତେବେ ପାରାଦୀପର ଏହି ମୂଲ୍ୟବାନ ଜମି କେବେ ଜବରଦଖଲ ମୁକ୍ତ ହେବ ତାହା ଉପରେ ଏବେ ସମସ୍ତଙ୍କର ନଜର
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନଏମ୍ ନ୍ଯୁଜ