ଜୀବନ୍ତ ଲ୍ୟାଣ୍ଡମାଇନ ଉଦ୍ଧାର
କମ୍ବିଙ୍ଗ ଅପରେସନ ବେଳେ ଜଙ୍ଗଲରୁ ଜୀବନ୍ତ ଲ୍ୟାଣ୍ଡମାଇନ ଉଦ୍ଧାର କଲା ୯୯ ବାଟାଲିଅନ ବି ଏସ୍ ଏଫ୍ ସାଡିଙ୍ଗିଆ

କନ୍ଧମାଳ ୦୧/୦୯/୦୨୩ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ରେ ଗତ କାଲି ବିଭିନ୍ନ ଜାଗାରେ ମାଓ ପୋଷ୍ଟର ସହ କେ କେ ବି ଏନ ତରଫରୁ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନିରୀହ ଲୋକଙ୍କୁ ଜେଲ ପଠାଇବାକୁ ବିରୋଧ କରି ଏବଂ ଗଞ୍ଜେଇ ଚାଷ ଅଞ୍ଚଳ ର ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରୁଥିବା ରୁ ଚାଷ କୁ ମାନ୍ୟତା ଦେବା ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ କେ କେ ବି ଏନ ମାଓ ସଂଗଠନ l ଏହି ଘଟଣା କୁ ନେଇ ସାଡୀଙ୍ଗିଆ ଠାରେ ଥିବା ୯୯ ବାଟାଲିଅନ ବି ଏସ ଏଫ୍ ଗତ କାଲି ଠାରୁ କିଆମୁଣ୍ଡା ,କଟାପଙ୍ଗା ଜଙ୍ଗଲ ରେ କମ୍ବୀ ଅପରେସନ ଜୋରଦାର କରିଥିଲା ଗତ କାଲି ରାତି ହୋଇ ଥିବାରୁ ଆଜି ସକାଳ ୮ ଟା ସମୟରେ କିଆମୁଣ୍ଡା ଜଙ୍ଗଲ ରୁ ୨ ଲିଟର ଟିଫିନ ବକ୍ସ,୫୦ ଗ୍ରାମ ଜିଲେଟିନ,୬ ଭୋଲ୍ଟ କସ୍ମସ ବ୍ୟାଟେରୀ, ଗୋଟିଏ ଜିଲେଟ ବ୍ଲେଡ, ଟେପ, ସହ ଜୀବନ୍ତ ଲ୍ୟାଣ୍ଡ ମାଇଁନ ଉଦ୍ଧାର କରିଛି l ଅନ୍ୟ ପଟେ ବି ଏସ ଏଫ ଯବାନ ମାନେ କୌଣସି ସୂତ୍ରରୁ ଜଙ୍ଗଲ ରେ ଲ୍ୟାଣ୍ଡ ମାଇନ ବିଛା ଯାଇଥିବା ଖବର ପାଇଥିଲେ ତେବେ ପ୍ରାୟ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ଅପରେସନ ପରେ ଲ୍ୟାଣ୍ଡ ମାଇନ୍ ର ସନ୍ଧାନ ପରେ ସୁରକ୍ଷିତ ଭାବରେ ଉଦ୍ଧାର କରା ଯାଇଥିବା ସୂଚନା ମିଳିଛି lଏହି ଅପରେସନ ରେ ଡଗ ସ୍କ୍ୱାୱାର୍ଡ, ଓ ବମ ନିଷ୍କ୍ରିୟ କାରି ଦଳ ବି ଏସ ଏଫ ଅଧିକାରୀ ସହ ବିଏସଏଫ ଯବାନ ମାନେ ସାମିଲ ଥିବା ର ସୁଚନା ମିଳିଛି ।
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ