ସରକାରୀ ଭତ୍ତା ଓ କେତେ କେଜି ଚାଉଳ ରେ ବିତୁଛି ଜୀବନ....

ଆଖି ଓ ପାଟି ରେ ରହିଛି ସେହି ଦିନ ର ଇତିହାସ l ଝାଟି ମାଟି, ଚାଳ ଛପର  ଘରେ  ଦୁଇଟି ଜୀବନ l କନ୍ଧମାଳ ଜିଲ୍ଲା ର ଚକାପାଦ ବ୍ଲକ ର କୁସୁମେଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ପଣସ ପଦର ଗାଁ ର ଚିତ୍ର l

ସରକାରୀ ଭତ୍ତା ଓ କେତେ କେଜି ଚାଉଳ ରେ ବିତୁଛି ଜୀବନ....

ଚକାପାଦ :- କନ୍ଧମାଳ ଜିଲ୍ଲା ର ଚକାପାଦ ବ୍ଲକ ର କୁସୁମେଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ପଣସ ପଦର ଗାଁ ର ଚିତ୍ର l


ଆଖି ଓ ପାଟି ରେ ରହିଛି ସେହି ଦିନ ର ଇତିହାସ l
ଝାଟି ମାଟି, ଚାଳ ଛପର  ଘରେ  ଦୁଇଟି ଜୀବନ l


ବୟସ ପାଖା ପାଖି  85 ଟପିଲାଣି, ବୁଢ଼ୀ ପକା ଘର ଟିଏ ହେଉ ଇଚ୍ଛା କରୁଥିବା ବେଳେ ଶ୍ରୀ ଜୟଦେବ ନାୟକ  କାହିଁକି କେଜାଣି ସରକାରୀ ଘରଟିଏ ପାଇଁ ଇଚ୍ଛା ନାହିଁ l ପନ୍ଦର ମିନିଟ କଥା ହେବା ପରେ  ଜାଣିବାକୁ ପାଇଲୁ ବହୁ ଦିନ ତଳେ ବଜ୍ରାଘାତ ରେ ଏହି ଦମ୍ପତି ଙ୍କ ପୁଅ ଟିଏ ଆରପାରି କୁ ଚାଲି ଯାଇଛି l ଆଜି ବି ପୁଅ କୁ ଝୁରି ଝୁରି  ଦୁଇ ଆଖିରୁ  ଅମାନିଆ ଲୁହ ସବୁ  ଏହି ବୁଢ଼ୀ ମା ର ପଣତ କାନି ଭିଜାଇ ଦେଉଛି ଓ ବାପାଙ୍କ ଧୋତି ଓ ଟାୱାଲ କୁ ଓଦା କରି  ଦେଉଛି l


    ଏତେ ବଡ଼ ଦୁନିଆରେ ସତେ ଯେପରି ସବୁ କିଛି ଫିକା ଫିକା ହୋଇ ପଡିଛି l ଜୀବନ ର ଅନେକ ଅକୁହା କଥା  ବୁକୁ ତଳେ  ଛକି ଓ ଲୁଚି ରହିଛି l ଯେତେବେଳେ ମୁଁ ସେମାନଙ୍କ ପାଖ କୁ ଯାଇ ପଚାରିଲି  ମୋତେ ତୁମେ ଚିହିଁ ପାରୁଛ ? ବୃଦ୍ଧ ଉତ୍ତର ରଖିଲେ ହିଁ ଜାଣିଛି ତୁ ପରା  ମନୋହର ର ପୁଅ l  କିଛି ଲୋକ ତତେ ଭୁଲ ବୁଝିଛନ୍ତି  କିନ୍ତୁ କିଛି ଫଳ ନାହିଁ l ତୁ ଆହୁରି ଭଲ କାମ କରେ l ଏହି କଥା  ମୋତେ ଅନେକ କିଛି ମନେ ପକାଇ ଦେଲା l  ସମ୍ପୃକ୍ତ ଗାଁ ର ଜଣେ ପତ୍ରକାର ଓ ଶିକ୍ଷାବିତ ଭାବରେ କିଛି କିଛି ମନେ ପଡେ କିଛି ମନେ ପଡେନି, ତଥାପି  କିଛି ବିଷୟକୁ ସ୍ଥାନ ଦେବାକୁ ପଡିଲା l


ଆଜି ର ସମାଜ ରେ ଗାଁ ର ମଝିରେ ରେ ରହିଛି ଏହି ମାଟି କାନ୍ଥ ର ଘର  ଓ ଅର୍ଦ୍ଧ ଭଗ୍ନ  ଘର ଏହାହିଁ  ପ୍ରମାଣ କରୁଛି  ଅର୍ଥ ନୈତିକ ବିକାଶ ର କରୁଣ ଓ ରୁଗ୍ଣ ଚିତ୍ର l ବୁଢ଼ା ବାପା କହିଲେ  ମୋର ପୁଅ ତ ନାହିଁ ପକା ଘର କରି ଓ ସରକାର ଙ୍କ ଠାରେ  ଘର  ଦାବି କରି କିଛି ଲାଭ ନାହିଁ l
 ଏହି କଥା ହିଁ ଆମକୁ  ଆହୁରି ସ୍ୱତନ୍ତ୍ର କରି ଦେଲା ଯେ ପୁଅ ର ଆକସ୍ମିକ ଦେହାନ୍ତ ରେ ଆଜିବି ମ୍ରିୟମାଣ ଶ୍ରୀଯୁକ୍ତ  ଜୟଦେବ ନାୟକ l  ବୟସ ବୃଦ୍ଧି ହେଲେ ଶିଶୁ ସ୍ୱଭାବ ଓ ବ୍ୟବହାର ଦେଖା ଦିଏ l ଏହି ବ୍ୟବହାର ର ସୁଯୋଗ ନେଇ ଆଜିବି  ଗାଁ ମଝିରେ ଏପରି ଘର  ଗାଁ ବିକାଶ ର ଚିଠି ଓ ଚିତ୍ର ପ୍ରତି ଉପହାସ ନା ଉପହାର  ଆପଣ ମାନେ  ଚିନ୍ତା କରିବେ l ଏହି  ଦମ୍ପତି ଙ୍କ ଅତି ନିକଟ ସମ୍ପର୍କୀୟ ଦିନେ ଗାଁ ୱାର୍ଡ ମେମ୍ବର ଥିଲେ l  ସରକାରୀ ନୀତି ନିୟମ ରେ ନିକଟ ଲୋକ ହାରି ଗଲେ ବୋଧେ l କୈବର୍ତ୍ତ ଜାତି ର ଏହି ଜୀବନ ଯାତ୍ରା l ଦୁଃଖ, ଯାତନା, ନିର୍ଯାତନା, ଅସୁବିଧା ଇତ୍ୟାଦି ଜୀବନରେ କିଛି ନୂଆ କଥା ନୁହେଁ l ସମସ୍ତ କଥା କୁ ବିଚାର କଲେ  ଏହି ବୃଦ୍ଧ ଓ ବୃଦ୍ଧା ପାଇଁ ଏହି ପରିସ୍ଥିତି ଓ ପରିବେଶ ରେ ଓ ଗାଁ ର ମଧ୍ୟଭାଗରେ ଏହି ଦୃଷ୍ଟି ଓ ଦୃଶ୍ୟ କିଛି ଗୋଟେ ଅଲଗା ଅଲଗା ଲାଗୁଛି l 


ଜିଦି, ଅଭିମାନ ପରିଣତ  ବୟସ ଆସେ  ହେଲେ ଏହାକୁ ଆଡେଇ ଦେଇ, ଅଣଦେଖା କରି ବିକାଶ ଶିଳ ଜରୁରୀ ସରକାରୀ ସହାୟତା ରେ ଥିବା ଲମ୍ବା ଯୋଜନା ରେ କାହିଁକି ହାରି ଯିବେ ଏହା ଦମ୍ପତି l  ଇନ୍ଦିରା ଆବାସ, ବିଜୁ ପକା ଘର, ମୋ କୁଡ଼ିଆ, ପ୍ରଧାନମନ୍ତ୍ରୀ ଆବାସ ଇତ୍ୟାଦି ଇତ୍ୟାଦି ଏହି ଦମ୍ପତି ଙ୍କ ପାଖରେ ଆଜିବି  ନ ପହଂଚିବା  ନିଶ୍ଚୟ ପରିତାପର କେନ୍ଦ୍ର ହୋଉଛି l ଭୂମି ହୀନ, ଘର ପଟା ଶୂନ୍ୟ ମଣିଷ ମାନଙ୍କ ପାଇଁ ସରକାରଙ୍କ ଜନକଲ୍ୟାଣ ଯୋଜନା ର ଅଭାବ ନାହଁ l ହେଲେ ସମସ୍ୟା କେଉଁଠି ଅଛି  କିଛି ବୁଝି ହେଉ ନାହିଁ l  ସମସ୍ତ କଥା କୁ ଆଲୋଚନା କଲେ  ଏହା ଜରୁରୀ ଯେ ଏହି ଦମ୍ପତି ପାଇଁ ଆବାସ ଜରୁରୀ l ଗାଁର ୱାର୍ଡ ମେମ୍ବର ଏଥି ପ୍ରତି ଦୃଷ୍ଟି ଦେବା ଜରୁରୀ l

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ରୁ ସାନୁଜ ବେହେରା ଙ୍କ ରିପୋର୍ଟ୍