ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ହାଇଦ୍ରାବାଦରେ ଓଡ଼ିଆ ନିର୍ମାଣ ଶ୍ରମିକର ମୃତ୍ୟୁ ଘଟିଥିବା ଜଣା ପଡିଛି l

ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ହାଇଦ୍ରାବାଦରେ ଓଡ଼ିଆ ନିର୍ମାଣ ଶ୍ରମିକର ମୃତ୍ୟୁ ଘଟିଥିବା ଜଣା ପଡିଛି l ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖଳିପଶି ଗ୍ରାମର ଦେବାନନ୍ଦ ଲାଛିକଙ୍କ ୨୪ ବର୍ଷୀୟ ପୁଅ ରୋହିତ ନିଜଗ୍ରାମର ଅନ୍ୟ କେତେକ ସାଥିଙ୍କ ସହ ସୁଦୂର ଆନ୍ଦ୍ର ପ୍ରଦେଶର ହାଇଦ୍ରାବାଦ ସହରରେ ଏକ ଘରୋଇ କୋଠା ନିର୍ମାଣ ବେଳେ ଗତକାଲି ଛାତରୁ ଖସିପଡି ମୃତ୍ୟୁବରଣ କରିଥିଲେ l

ଆଜି ସେଠାରେ ରୋହିତଙ୍କ ମୃତଦେହ ବ୍ୟବଛେଦ ପରେ ସାଙ୍ଗରେ ଯାଇଥିବା ଅନ୍ୟ ସାଥିଙ୍କ ସହାୟତାରେ ମୃତଦେହ ଗାଁ କୁ ଆସୁଥିବା ସୂଚନା ମିଳିଛି l ତେବେ ରୋହିତଙ୍କ ମୃତ୍ୟୁ ଖବର ଗ୍ରାମବାସୀ ମାନେ ଜାଣିବା ପରେ ମୃତ ଦେହ ପହଞ୍ଚିବା ପରେ ସତ୍କାର ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ମୃତ ରୋହିତଙ୍କ ଶବ ଗାଁକୁ ନ ପହଞ୍ଚିବା ପର୍ଯ୍ୟନ୍ତ ରୋହିତଙ୍କ ପରିବାର ଲୋକଙ୍କୁ ପୁଅର ମୃତ୍ୟୁ ଖବର ଦେଇନଥିବା ଦେଖିବାକୁ ମିଳିଛି l