ନୂଆ ଆଶା ନେଇ ଆସିଛି ନୂଆ ବର୍ଷ ୨୦୨୪

ଶେଷ ହେଲା ପୁରୁଣା ବର୍ଷର ଆୟୁଷ। ସମୟର ଟିକଟିକ୍ ଶବ୍ଦ ସହ ମେଳାଣି ନେଇଛି ବର୍ଷ ୨୦୨୩। କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା।

ନୂଆ ଆଶା ନେଇ ଆସିଛି ନୂଆ ବର୍ଷ ୨୦୨୪

ଶେଷ ହେଲା ପୁରୁଣା ବର୍ଷର ଆୟୁଷ। ସମୟର ଟିକଟିକ୍ ଶବ୍ଦ ସହ ମେଳାଣି ନେଇଛି ବର୍ଷ ୨୦୨୩। କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା। ନୂଆ ଉତ୍ସାହ, ନୂଆ ସମ୍ଭାବନା ନେଇ ଆସିଛି ବର୍ଷ ୨୦୨୪ । ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କୋଟି କୋଟି ବିଶ୍ୱବାସୀ । ଜିରୋ ନାଇଟ୍‌ ସେଲିବ୍ରେସନ୍‌ରେ କମ୍ପିଲା ଗାଁରୁ ସହର।

ପୁରୁଣା ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି ଆଗକୁ ବଢ଼ିବା ପାଇଁ ବର୍ଷ ଆରମ୍ଭରେ ସଂକଳ୍ପ ନେଇଛନ୍ତି ଲୋକେ । ନୂଆବର୍ଷର ନୂଆ ସକାଳକୁ ଦେଖିଲା ସାରା ଦୁନିଆ।

ତେବେ ନୂଆ ବର୍ଷ ୨୦୨୪କୁ ପ୍ରଥମେ ସ୍ବାଗତ କରିଛି ନ୍ୟୁଜିଲାଣ୍ଡ। ଅକ୍‌ଲାଣ୍ଡବାସୀ ପ୍ରଥମେ ନୂତନ ବର୍ଷ ପାଳନ କରନ୍ତି। ବିଶ୍ବର ପ୍ରଥମ ଦେଶ ଭାବରେ ନ୍ୟୁଜିଲାଣ୍ଡରେ ନୂତନ ବର୍ଷ ପ୍ରବେଶ କରିବା ପରେ କ୍ରମାନୁସାରେ ଅନ୍ୟ ଦେଶମାନେ ନୂଆବର୍ଷକୁ ପାଳନ କରିଛନ୍ତି। ଅକ୍‌ଲାଣ୍ଡ ପରେ ଅଷ୍ଟ୍ରେଲିଆର ସିଡ୍‌ନୀ ସହରରେ ମଧ୍ୟ ନବବର୍ଷକୁ ଧୁମ୍‌ଧାମ୍‌ରେ ସ୍ବାଗତ କରାଯାଇଛି। ଭାରତର ବିଭିନ୍ନ ପ୍ରସିଦ୍ଧ ମନ୍ଦିରଗୁଡ଼ିକରେ ନୂଆବର୍ଷ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ନୂଆବର୍ଷ ମଙ୍ଗଳମୟ ହେଉ କାମନା କରି ଦେବଦେବୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ନୂଆବର୍ଷ ପାଇଁ ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ଼ । ସେହିଭଳି ମଧ୍ୟ ରାତ୍ରୀରୁ ଲୋକେ ପରସ୍ପରକୁ 'ହ୍ୟାପି ନ୍ୟୁ ଇଅର୍‌' କହି ଅଭିନନ୍ଦନ ଜଣାଉଛନ୍ତି। ସୋସିଆଲ ମିଡିଆ ମଧ୍ୟ ନୂଆବର୍ଷ ଶୁଭେଚ୍ଛାରେ ପୂରି ଉଠିଛି। ନୂଆ ରୂପରେ ନୂଆ ଆଶାରେ ଜୀବନଯାତ୍ରା ଆରମ୍ଭ କରିବାକୁ ବର୍ଷର ପ୍ରଥମ ଦିନରେ ଲୋକେ ସଂକଳ୍ପ ନେଉଛନ୍ତି।