୧୧% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌, ୨.୨୫ ଲକ୍ଷ କୋଟି ଖର୍ଚ୍ଚ କରିପାରେ କେନ୍ଦ୍ର

ଚଳିତ ଆର୍ଥିକବର୍ଷ ଭାରତ ସରକାର ଖାଦ୍ୟ ସବ୍ସିଡିରେ ୨.୨୫ ଲକ୍ଷ କୋଟି ଟଙ୍କା ବ୍ୟୟ କରିପାରନ୍ତି

୧୧% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌, ୨.୨୫ ଲକ୍ଷ କୋଟି ଖର୍ଚ୍ଚ କରିପାରେ କେନ୍ଦ୍ର

ଚଳିତ ଆର୍ଥିକବର୍ଷ ଭାରତ ସରକାର ଖାଦ୍ୟ ସବ୍ସିଡିରେ ୨.୨୫ ଲକ୍ଷ କୋଟି ଟଙ୍କା ବ୍ୟୟ କରିପାରନ୍ତି । ସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି । ଫେବ୍ରୁଆରୀ ୧ରେ ଉପସ୍ଥାପିତ ଅନ୍ତରୀଣ ବଜେଟ୍ରେ କରାଯାଇଥିବା ଅନୁମାନଠାରୁ ଏହା ପ୍ରାୟ ୧୧% ଅଧିକ। ଚାଷୀଙ୍କ ପାଇଁ ସହାୟକ ମୂଲ୍ୟରେ ବୃଦ୍ଧି ହେତୁ ଖାଦ୍ୟ ସବ୍ସିଡି ବିଲ୍ ବଢ଼ିବା ନେଇ ଆକଳନ କରାଯାଇଛି ।

ଚଳିତ ଆର୍ଥିକବର୍ଷ ଦେଶର ମିଳିତ ଖାଦ୍ୟ ଏବଂ ସାର ସବ୍ସିଡି ବିଲ୍ ୩.୮୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ନେଇ ଆକଳନ କରାଯାଉଛି । ଅନ୍ତରୀଣ ବଜେଟରେ ଏ ନେଇ କରାଯାଇଥିବା ଅନୁମାନଠାରୁ ଏହା ୫% ଅଧିକ । ଅନ୍ତରୀଣ ବଜେଟରେ ଖାଦ୍ୟ ଏବଂ ସାର ସବ୍ସିଡି ବାବଦ କରାଯାଇଥିବା ବ୍ୟୟବରାଦ ସମ୍ପୂର୍ଣ୍ଣ ଆର୍ଥିକବର୍ଷ ପାଇଁ କରାଯାଇଥିବା ୪୭.୬୬ ଲକ୍ଷ କୋଟି ଟଙ୍କା ବ୍ୟୟବରାଦର ୮% ଥିଲା । ଅନ୍ତରୀଣ ବଜେଟରେ ଖାଦ୍ୟ ସବ୍ସିଡି ପାଇଁ ୨.୦୫ ଲକ୍ଷ କୋଟି ଟଙ୍କାର ବ୍ୟୟ ଅନୁମାନ କରାଯାଇଥିଲା । ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍କୁ ଉପସ୍ଥାପନ କରିବେ ।

ଏହା ମୋଦି ୩.୦ ସରକାରଙ୍କ ପ୍ରଥମ ବଜେଟ୍ । ଏହି ବଜେଟରେ ମହିଳାଙ୍କଠାରୁ ଆରମ୍ଭ କରି ଚାଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶା ବାନ୍ଧି ବସିଛନ୍ତି ଯେ, ଅର୍ଥମନ୍ତ୍ରୀ ସେମାନଙ୍କ ପାଇଁ କିଛି ଖାସ୍ ଘୋଷଣା କରିପାରନ୍ତି । ସେହଭିଳି ମଧ୍ୟବିତ୍ତଙ୍କ ଆଶା ଯେ, ଅର୍ଥମନ୍ତ୍ରୀ ଟିକସକୁ ନେଇ କିଛି ଘୋଷଣା କରିପାରନ୍ତି ।