୨୫ ଜିଲ୍ଲା ପାଇଁ ନୂତନ ପ୍ରସ୍ତାବ
ପଦ୍ମପୁର ସମେତ ମୋଟ ୨୫ଟି ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି

ପଦ୍ମପୁର ସମେତ ମୋଟ ୨୫ଟି ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି । ସେଥିରେ ସର୍ବାଧିକ ୪ଟି ପ୍ରସ୍ତାବ ଗଞ୍ଜାମ ଜିଲ୍ଲାରୁ ଆସିଥିବାବେଳେ ମୟୂରଭଞ୍ଜ ଓ ଅନୁଗୋଳରୁ ୩ଟି ଲେଖାଏଁ ସୁନ୍ଦରଗଡ, ବଲାଙ୍ଗୀର, ବାଲେଶ୍ୱର ଓ କଟକରେ ୨ଟି ଲେଖାଁଏ ନୁଆ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ହସ୍ତଗତ ହୋଇଛି । ଦାବିଗୁଡିକ ମଧ୍ୟରେ ବରଗଡ ଜିଲ୍ଲାର ପଦ୍ମପୁର, ଗଞ୍ଜାମର ଘୁମୁସର, ଆସିକା, ବ୍ରହ୍ମପୁର ଓ ଭଞ୍ଜନଗର, କଳାହାଣ୍ଡିର ଧର୍ମଗଡ, ମୟୁରଭଞ୍ଜ, ରାଇରଙ୍ଗପୁର ଓ ଖିଚିଂ,ସୁନ୍ଦରଗଡର ବଣାଇ ଓ ରାଉରକେଲା, କଲାଙ୍ଗୀରର ଟିଟିଲାଗଡ ଓ କଂଟାବାଞ୍ଜି, ଅନୁଗୋଳର ତାଳଚେର, ପାଲଲହଡା, ଆଠମଲ୍ଲିକ, ଖୋର୍ଦ୍ଧାର ଭୁବନେଶ୍ୱର, କଟକରୁ ଆନନ୍ଦପୁର, କନ୍ଧମାଳର ବାଲିଗୁଡା, ବାଲେଶ୍ୱରର ନୀଳଗିରି ଓ ସୋରୋ ଏବଂ ରାୟଗଡାର ଗୁଣୁପୁରକୁ ନୂଆ ଜିଲ୍ଲାର ମାନ୍ୟତା ଦେବା ପାଇଁ ଦାବିପତ୍ର ରାଜସ୍ୱ ବିଭାଗକୁ ମିଳିଛି ।