ଫୁଟିଲା ବୋମା, ୩ ଗୁରୁତର
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ବୋମା । ନୟାଗଡ ଦଶପଲ୍ଲା ଥାନା ଟାକେରା ଗ୍ରାମରେ ଏହି ବୋମାମାଡ ହୋଇଛି

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ବୋମା । ନୟାଗଡ ଦଶପଲ୍ଲା ଥାନା ଟାକେରା ଗ୍ରାମରେ ଏହି ବୋମାମାଡ ହୋଇଛି । ତେବେ ଏହି ବୋମାମାଡରେ ଗୋଟିଏ ପରିବାରର ୩ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଥାଉକି, ଗ୍ରାମର ଶ୍ରୀନିବାସ ବେହେରା ଏବଂ ଶ୍ରୀକାନ୍ତ ଷଢଙ୍ଗୀଙ୍କ ମଧ୍ୟରେ ପୂର୍ବରୁ ଦୋକାନକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଶ୍ରୀନିବାସ ବେହେରା ସେହି ରାଗରେ ଶ୍ରୀକାନ୍ତ ଷଢଙ୍ଗୀଙ୍କ ଦୋକାନ ଉପରକୁ ବୋମା ମାଡ଼ କରିଥିଲା । ଦୋକାନ ଭିତରେ ଶ୍ରୀକାନ୍ତ ଷଢଙ୍ଗୀ ଏବଂ ତାଙ୍କ ଦୁଇ ଭାଇ ସୁଶାନ୍ତ ଏବଂ ଶଶିକାନ୍ତ ଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ଗ୍ରାମବାସୀ ଶ୍ରୀନିବାସ ବେହେରାକୁ କାବୁ କରିବା ସହ ଦଶପଲ୍ଲା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଅଫୁଟା ବୋମା ଜବତ କରି ନିଷ୍କ୍ରିୟ କରିବା ସହ ଶ୍ରୀନିବାସ ପାଖରୁ ମାରଣାସ୍ତ୍ର ଜବତକରି ଶ୍ରୀନିବାସକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।