ଗୃହରେ ବିବୃତି ରଖିହଲେ ମୁଖ୍ୟମନ୍ତ୍ରୀ
ବିଧାନସଭାରେ ବିବୃ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । ବିଧାନସଭାରେ ବିବୃ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ । କୋଭିଡ ପୂର୍ବରୁ ସିଏମଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା । କୋଭିଡ ଯୋଗୁଁ ପ୍ରାୟ ୨ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା । କିନ୍ତୁ କୋଭିଡ ପରେ ଏହାକୁ ଠିକ ରୂପେ ପରିଚାଳିତ କରାଗଲା । ସେଥିପାଇଁ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିବାକୁ ଚିନ୍ତା କଲି । ମୋ ନିର୍ଦ୍ଦେଶରେ ସିଏମଓ ଅଫିସରମାନେ ଜିଲ୍ଲା ଜିଲ୍ଲା ବୁଲି ଅଭିଯୋଗ ଆଣିଲେ । ଗତ ୬ ମାସ ମଧ୍ୟରେ ୧୯୦ ଜାଗାରେ ୫୭,୪୪୨ ଅଭିଯୋଗ ଅଣାଯାଇଛି । ସେଥିମଧ୍ୟରୁ ୪୩, ୫୩୬ ଅଭତଯୋଗର ସମାଧାନ ହୋଇଛି । ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ ଏବଂ ବୈଷୟିକ ଜ୍ଞାନକୌଶଳ ପରିଚାଳିତ । ୨/୩ ମାସ ମଧ୍ୟରେ ଦିୀର୍ଘ ଦିନରୁ ପଡିଥିବା ସମସ୍ୟା ସମାଧାନ ହୋଇଯିବ ।
କୋଭିଡ ସମୟରେ ଏହି ସମାନ ଟିମ ଜିଲ୍ଲା ବୁଲି ତଦାରଖ କରୁଥିଲା । ଅନ୍ୟମାନେ ଘରେ ଥିବାବେଳେ ସିଏମଓ ଟିମ ଜୀବନକୁ ବାଜି ଲଗାଇ ବୁଲୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମଓଙ୍କ ଦ୍ୱାରା ପରିଚାଳିତ ହୁଏ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନଥାଏ । ବିଭାଗୀୟ ମୁଖ୍ୟ ହିସାବରେ ସମାଧାନରେ ମନ୍ତ୍ରୀଙ୍କ ଯଥେଷ୍ଟ ଭୂମିକା ରହିଛି । ଯଦି ୫୭ ହଜାର ଆବେଦନକାରୀ ଭୁବନେଶ୍ୱର ଆସିଥାନ୍ତେ ତେବେ କେତେ ଖର୍ଚ୍ଚାନ୍ତ ହୋଇଥାନ୍ତେ । ସିଏମଓ ସେମାନଙ୍କ ନିକଟକୁ ଯାଇ ସେମାନଙ୍କ ଅର୍ଥବ୍ୟୟକୁ ରୋକି ପାରିଛି । ହେଲିକପ୍ଟର ବ୍ୟବହାର ନେଇ ମଧ୍ୟ ସ୍ପଷ୍ଟୀକରଣ ଦେଲେ ମୁଖ୍ୟମନ୍ତ୍ରୀ । ୧୦ଟାରୁ ୩ ଭିତରେ ଦିନକରେ ୩ରୁ ୫ଟି ମିଟିଂ କରିବା ଅସମ୍ଭବ । ଯଦି ସଡକ ପଥରେ ଯାଇ ଏତକ କରାଯାଇଥାନ୍ତା, ତେବେ ଦେଢ଼ବର୍ଷ ଲାଗିଯାଇଥାନ୍ତା । ଗଲା ସାଢ଼େ ୩ ବର୍ଷ ମଧ୍ୟରେ ଚପରରେ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ପ୍ରତି ମାସରେ ଚପଲରେ ଚପରରେ ହାରାହାରି ରୁ ୧ ରୁ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ବିଗତ ଛଅ ମାସ ମଧ୍ୟରେ ଯେତେବେଳେ ଚପଲ ଚପର ଲୋକମାନଙ୍କ ନିକଟରେ ପହଞ୍ଚିବା ପାଇଁ ତୀବ୍ର ଭାବରେ ବ୍ୟବହୃତ ହେଉଥିଲା, ହାରାହାରି ଖର୍ଚ୍ଚ ମାସକୁ ୧ ରୁ ୧.୫ କୋଟି ଟଙ୍କା ଥିଲା । ଅତ୍ୟଧିକ ଖର୍ଚ୍ଚ ହୋଇଛି ବୋଲି କହିବା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତିକର । ସମସ୍ତ ନିର୍ବାଚନମଣ୍ଡଳୀରେ ସିଏମ୍ ଅଭିଯୋଗ ସେଲ୍ ଅତି ବୃତ୍ତିଗତ ଢ଼ଙ୍ଗରେ କରାଯାଇଛି। ଏହି ଅଭ୍ୟାସ ଲୋକଙ୍କୁ ରାଜ୍ୟ ସରକାରଙ୍କ ଯୋଜନା, ସେମାନଙ୍କ ଅଞ୍ଚଳରେ ଚାଲିଥିବା ପ୍ରକଳ୍ପ ଏବଂ ଏଥିପାଇଁ ଅନୁମୋଦିତ ପାଣ୍ଠି ବିଷୟରେ ବୁଝାଇବା ପାଇଁ ମଧ୍ୟ ବ୍ୟବହୃତ ହୋଇଥିଲା। ଅଭିଯୋଗର ସମାଧାନ ପାଇଁ ସମୟସୀମା ଦେବା ମୋର ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଥିଲା । ଏଥତ୍ପ ।ଇଁ ୪ ମାନ୍ୟବର ମନ୍ତ୍ରୀ, ଜିଲ୍ଲା ପ୍ରଶାସନ, ସିଏମଓ, ବିଭାଗ ଏବଂ ଅନ୍ୟ ସମସ୍ତଙ୍କୁ ମୁଁ ଆନ୍ତରିକତାର ସହିତ ପ୍ରଶଂସା କରୁଛି । ବିରୋଧୀ ସଦସ୍ୟମାନେ ଖୁସି ହେବା ଉଚିତ ଯେ ସେମାନଙ୍କ ଅଞ୍ଚଳରେ ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇଛି।
ସର୍ବଶେଷରେ ଆମେ ଜନସେବାରେ ଅଛୁ ଏବଂ ଲୋକଙ୍କ ଅଭିଯୋଗ ଆମର ସର୍ବୋଚ୍ଚ ପ୍ରାଥମିକତା । ଲୋକମାନେ ଖୁସିଟ୍ଟ ଲୋକମାନଙ୍କର ପ୍ରତିନିଧୀମାନେ ଖୁସି । ଲୋକମାନଙ୍କ ସମସ୍ୟାର ସମାଧାନ ଏକ ପ୍ରମୁଖ ପ୍ରାଥମିକତା ଏବଂ ମୁଁ ଜାରି ରଖିବି ।
ତେବେ ଅଧିବେଶନ ଆରମ୍ଭରୁ ଗୃଡରେ ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ଦିନ ୧୧.୩୦ ଯାଏଁ ମୁଲତବୀ ରଖାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ଦେଇଥିଲେ । ତାପରେ ପୁନର୍ବାର ଗୃହକୁ ୪ଟା ଯାଏଁ ମୁଲତବୀ ରଖିବାକୁ ବାଚସ୍ପତି ଘୋଷଣା କଲେ ।