ଆଜି ଜିଏସଟି ପରିଷଦ ବୈଠକ, କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ହଟାଇବା ଦାବି ଉଠାଇବ ଓଡ଼ିଶା

ଆଜି ବସିବାକୁ ଥିବା ଜିଏସଟି ପରିଷଦର ୫୦ତମ ବୈଠକରେ ଓଡ଼ିଶା କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ଦାବି ପୁଣିଥରେ ଦୋହରାଇବ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟର ଦାବି ପୁଣି ଉଠାଇବେ

ଆଜି ଜିଏସଟି ପରିଷଦ ବୈଠକ, କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ହଟାଇବା ଦାବି ଉଠାଇବ ଓଡ଼ିଶା

ଆଜି ବସିବାକୁ ଥିବା ଜିଏସଟି ପରିଷଦର ୫୦ତମ ବୈଠକରେ ଓଡ଼ିଶା କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ଦାବି ପୁଣିଥରେ ଦୋହରାଇବ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟର ଦାବି ପୁଣି ଉଠାଇବେ । ଦୀର୍ଘ ବର୍ଷ ଧରି କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ହଟାଇବାକୁ କେନ୍ଦ୍ର ପାଖରେ ଦାବି କରିଆସୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । ବିଜେଡି ସାଂସଦମାନେ ମଧ୍ୟ ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।

ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୮ ଲକ୍ଷ ଆଦିବାସୀ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳୀ ନିଜର ଜୀବନ ଜୀବିକା ନିର୍ବାହ କରନ୍ତି । ପରିବାରର ପେଟ ପୋଷିବା ପାଇଁ କେନ୍ଦୁପତ୍ର ହିଁ ସେମାନଙ୍କ ମୁଖ୍ୟ ରୋଜଗାର । କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଜଙ୍ଗଲ ଅଧିକାର ଆଇନ-୨୦୦୬ ଓ ପିଇଏସଏ ଆଇନ-୧୯୯୬କୁ ଉଲ୍ଲଂଘନ କରୁଛି ବୋଲି ରାଜ୍ୟ ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି।