ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଦିଲ୍ଲୀ ରାଜନୈତିକ ମହଲରେ ଚର୍ଚ୍ଚା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଦିଲ୍ଲୀ ରାଜନୈତିକ ମହଲରେ ଚର୍ଚ୍ଚା

ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଦିଲ୍ଲୀ ରାଜନୈତିକ ମହଲରେ ଚର୍ଚ୍ଚା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଦିଲ୍ଲୀ ରାଜନୈତିକ ମହଲରେ ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ବଡ଼ ଆଲୋଚନା ହେଉଛି । ଗତକାଲି ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତରରେ ଏମିତି କଥା କହିଥିଲେ ମୁଖ୍ୟମନ୍ତ୍ରୀ ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର । ନବୀନ କେନ୍ଦ୍ରରେ ମୋଦି ସରକାରଙ୍କ ବୈଦେଶିକ ନୀତି ଏବଂ ଦୁର୍ନୀତି ରୋକିବାରେ ପଦକ୍ଷେପକୁ ପ୍ରଂଶସା କରିଥିଲେ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୦ରୁ ୮ ପଏଣ୍ଟ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ତାରିଫ କରିବା ସହ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ରରେ ଦୁର୍ନୀତି କମିଛି ।

ମୋଦି ଦେଶବାସୀଙ୍କ ସେବା କରିବାକୁ ଯଥାସମ୍ଭବ ପ୍ରୟାସ କରିଛନ୍ତି । କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ସମର୍ଥନ ଦେଇଛି ବିଜେଡି । ଓଡ଼ିଶାର ବିକାଶରେ କେନ୍ଦ୍ର ସହ ସମନ୍ବୟରେ ରାଜ୍ୟ ସରକାର କାମ କରୁଛନ୍ତି । ଜଣେ ଅଣ ଏନଡିଏ ନେତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ମନ୍ତବ୍ୟକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋର ଚର୍ଚ୍ଚା ଧରିଛି । ଏଥିସହ ଓଡ଼ିଶା ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ନିଜ ଲୋକପ୍ରିୟତାର ରାଜ କହିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିତିଲେ, ରାଜନୀତିକୁ ଆସିବା ପରଠୁ ଦୁର୍ନୀତି ହଟାଇବା ମୂଳ ଲକ୍ଷ୍ୟ ରହି ଆସିଛି । ସେ ସରକାରକୁ ଆସିବା ପରେ ଦାରିଦ୍ର୍ୟ ଦୂରୀକରଣ, ଦୁର୍ନୀତି ନିବାରଣ , ବିପର୍ଯ୍ୟୟ ମୁକାବିଲା ପରିଚାଳନା କ୍ଷେତ୍ରରେ କାର୍ଯ୍ୟ ହୋଇଛି ।