ବନ୍ଧା ହେଲେ କୋଟିପତି ଡାକ୍ତର

ରାଦୀପ ପୋର୍ଟ ବନ୍ଦର ସ୍ୱାସ୍ଥ୍ୟ ସଙ୍ଗଠନର ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରେ ଗତକାଲି ସିବିଆଇ ରେଡ୍ ହୋଇଥିଲା

ବନ୍ଧା ହେଲେ କୋଟିପତି ଡାକ୍ତର

କୋଟିପତି ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ । ପାରାଦୀପ ପୋର୍ଟ ବନ୍ଦର ସ୍ୱାସ୍ଥ୍ୟ ସଙ୍ଗଠନର ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରେ ଗତକାଲି ସିବିଆଇ ରେଡ୍ ହୋଇଥିଲା । ସିପିଂ କମ୍ପାନୀ ଠାରୁ 50 ହଜାର ଟଙ୍କା ଲାଞ୍ଚ ନେବା ବେଳେ ପ୍ରଥମେ ସିବିଆଇ ତାଙ୍କୁ ଧରିଥିଲା । ପରେ ତାଙ୍କର ଅଫିସ୍, ଭଡ଼ା ଘର ଓ ନିଜ ଘରେ ସିବିଆଇ ରେଡ୍ କରିଥିଲା ।

ରାତି ସାରା ପାରାଦୀପ ଅଫିସ୍ ସମେତ ପାରାଦୀପରେ ଥିବା ଭଡ଼ା ଘର, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ରହୁଥିବା ଘରେ ଚଢାଉ କରିଥିଲା ସିବିଆଇ । ଚଢାଉ ବେଳେ କୋଟିଏରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ଏହା ସହ ବହୁ ପରିମାଣର ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଥିଲା । ଏପରିକି ବିଦେଶୀ ମଦ, ଦାମୀ ସିଗାରେଟ୍ ସିବିଆଇ ମଧ୍ୟ ଜବତ କରିଥିଲା । ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଜବତ ହୋଇଛିୁ ।



ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ଓ ଏହାର ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଂଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗୁରୁବାର ସିବିଆଇର ଅଧିକାରୀ ମାନେ ତାଙ୍କୁ ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରିଥିଲେ । ତେବେ ରେଡ୍ ସମୟରେ କେତେ ପରିମାଣର ଟଙ୍କା ଓ ବିଦେଶୀ ନୋଟ ମିଳିଛି ତାହାର ଆକଳନ କରାଯାଇନାହିଁ । ଗତକାଲି ସନ୍ଧ୍ୟାରୁ ସିବିଆଇର 10 ଜଣିଆ ଟିମ ଚଢଉ ଜାରି ରଖିଥିଲେ । ଜଣେ ଡାକ୍ତରଙ୍କ ଘରୁ ଏତେ ପରିମାଣର ଟଙ୍କା ଓ ବିଦେଶୀ ମୁଦ୍ରା ମିଳଇବା ଦେଖି ସିବିଆଇ ମଧ୍ୟ ଚକ୍କିତ ହୋଇଯାଇଥିଲା ।